ଲଣ୍ଡନର ୱାର୍ଲ୍ଡ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ବନାଇଲେ ଅଭିନେତା ନନ୍ଦମୁରୀ ବାଲକ୍ରିଷ୍ଣ: ତେଲୁଗୁ ଫିଲ୍ମରେ ୫୦ବର୍ଷ

ମନୋରଞ୍ଜନ

ଲଣ୍ଡନର ୱାର୍ଲ୍ଡ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ବନାଇଛନ୍ତି ତେଲୁଗୁ ଅଭିନେତା ନନ୍ଦମୁରୀ ବାଲକ୍ରିଷ୍ଣ। ଭାରତୀୟ ସିନେମାରେ ମୁଖ୍ୟ ଅଭିନେତା ଭାବରେ ୫୦ ବର୍ଷର ଚମତ୍କାର କ୍ୟାରିଅର ପାଇଁ ରେକର୍ଡସ କରିଛନ୍ତି। ସେହିପରି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ.ଚନ୍ଦ୍ରବାବୁ ନାଇଡୁ ସୋସିଆଲ ମିଡିଆରେ ଏନେଇ ସୂଚନା ଦେବା ସହ କହିଛନ୍ତି ଯେ ୟୁକେର ୱାର୍ଲ୍ଡ ବୁକ୍ ଅଫ୍ ରେକର୍ଡସ୍ ଦ୍ୱାରା ସ୍ୱୀକୃତି ନନ୍ଦମୁରୀ ବାଲକ୍ରିଷ୍ଣଙ୍କ ଅସାଧାରଣ ଯାତ୍ରାର ଏକ ପ୍ରମାଣ।

ଏନେଇ ୱାର୍ଲ୍ଡ ବୁକ୍ ଅଫ୍ ରେକର୍ଡସ୍‌ର ସିଇଓ ସନ୍ତୋଷ ଶୁକ୍ଲା କହିଛନ୍ତି ଯେ, ବାଲକ୍ରିଷ୍ଣ ଲକ୍ଷଲକ୍ଷ ଲୋକଙ୍କ ପାଇଁ ପ୍ରେରଣା। ତାଙ୍କ ଯାତ୍ରା ଭାରତୀୟ ଏବଂ ବିଶ୍ୱ ସିନେମାରେ ଏକ ସ୍ଵର୍ଣ୍ଣିମ ମାଇଲଖୁଣ୍ଟ ଭାବରେ ଠିଆ ହୋଇଛି।

ଚଳିତ ବର୍ଷ ଏପ୍ରିଲରେ ନନ୍ଦମୁରୀ ବାଲକ୍ରିଷ୍ଣଙ୍କୁ ଭାରତର ସର୍ବୋଚ୍ଚ ସମ୍ମାନ ପଦ୍ମଭୂଷଣରେ ସମ୍ମାନିତ କରାଯାଇଥିଲା। ବର୍ତ୍ତମାନ ସେ ତେଲୁଗୁ ସିନେମାରେ ୫୦ ବର୍ଷ ପୂରଣ କରିଥିବା ବେଳେ ‘ୱାର୍ଲ୍ଡ ବୁକ୍ ଅଫ୍ ରେକର୍ଡସ୍’ ପକ୍ଷରୁ ସେଲିବ୍ରେସନ ମଧ୍ୟ କରାଯାଇଛି। ଏହି ସମ୍ମାନ ତାଙ୍କର ସିନେମା ସଫଳତା ସହିତ ଇଣ୍ଡୋ ଆମେରିକୀୟ କର୍କଟ ହସ୍ପିଟାଲ୍ ଏବଂ ଗବେଷଣା ପ୍ରତିଷ୍ଠାନର ଅଧ୍ୟକ୍ଷ ଭାବରେ ୧୫ ବର୍ଷର ଉତ୍ସର୍ଗକୁ ପ୍ରଶଂସା କରାଯାଇଛି।

Leave a Reply

Your email address will not be published. Required fields are marked *