ନାରଦା ଷ୍ଟିଙ୍ଗ୍‌ ମାମଲା; ଗୃହବନ୍ଦୀ ହୋଇ ରହିବେ ଗିରଫ ଟିଏମ୍‌ସି ନେତା

Top Storise ଦେଶ- ବିଦେଶ

କୋଲକାତା: ନାରଦା ଷ୍ଟିଙ୍ଗ ମାମଲାରେ ଦୁଇ ବଙ୍ଗୀୟ କ୍ୟାବିନେଟ ମନ୍ତ୍ରୀ ଫିରହାଦ୍ ହାକିମ ଏବଂ ସୁବ୍ରତ ମୁଖାର୍ଜୀ ଏବଂ ଦୁଇ ପୂର୍ବତନ ମନ୍ତ୍ରୀ ମଦନ ମିତ୍ର ଏବଂ ସୋଭାନ ଚାଟାର୍ଜୀଙ୍କୁ ଶୁକ୍ରବାର ଦିନ କଲିକତା ହାଇକୋର୍ଟ ଗୃହ ବନ୍ଦୀ କରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସୋମବାର ଦିନ ହାଇ ଡ୍ରାମା ପରେ ବଙ୍ଗଳାର ତିନିଜଣ ବରିଷ୍ଠ ଟିଏମସି ନେତା ଫରହାଦ୍ ହାକିମ, ସୁବ୍ରତ ମୁଖାର୍ଜୀ ଏବଂ ମଦନ ମିତ୍ରଙ୍କ ସହ ପୂର୍ବତନ ମେୟର ସୋଭାନ ଚାଟାର୍ଜୀଙ୍କୁ ଗିରଫ କରାଯାଇଥିଲା।

କଲିକତା ଏଚସି ଖଣ୍ଡପୀଠରେ ଜଷ୍ଟିସ ଅରିଜିତ ବାନାର୍ଜୀ ଗିରଫ ଟିଏମସି ନେତାମାନଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିବାକୁ ରାଜି ହୋଇଥିଲେ। ତେବେ କାର୍ଯ୍ୟକାରୀ ପ୍ରଧାନ ବିଚାରପତି ରାଜେଶ ବିନ୍ଦଲ ଏଥିରେ ଅନିଚ୍ଛା ପ୍ରକାଶ କରି ସେମାନଙ୍କୁ ଗୃହବନ୍ଦୀ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଅନ୍ତରୀଣ ଜାମିନ ପାଇଁ ଏହି ମାମଲାକୁ ଏକ ବୃହତ ଖଣ୍ଡପୀଠକୁ ପଠାଇବାକୁ କହିଛନ୍ତି। ସେ ପର୍ଯ୍ୟନ୍ତ ଗିରଫ ନେତାମାନେ ଗୃହବନ୍ଦୀ ହୋଇ ରହିବେ।

Leave a Reply

Your email address will not be published. Required fields are marked *