ନେପାଳ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା ଧମକ

Top Storise ଦେଶ- ବିଦେଶ

ନୂଆଦିଲ୍ଲୀ: ନେପାଳ ପ୍ରଧାନମନ୍ତ୍ରୀଙ୍କୁ ମିଳିଲା ହତ୍ୟା ଧମକ। ନେପାଳରେ ଚାଲିଥିବା ରାଜନୈତିକ ଅସ୍ଥିରତାକୁ କେନ୍ଦ୍ର କରି ଏଭଳି ଆକ୍ରମଣାତ୍ମକ ଧମକ ପ୍ରଧାନମନ୍ତ୍ରୀଙ୍କୁ ଦିଆଯାଇଥିବା ସୂଚନା ମିଳିଛି। ରାଜନୈତିକ ହଟ୍ଟଗୋଳ ମଧ୍ୟରେ ବିରୋଧୀ ନେପାଳ କଂଗ୍ରେସର ଜଣେ ପ୍ରାଦେଶିକ ଆଇନଜୀବୀ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲିଙ୍କୁ ହତ୍ୟା କରିବାକୁ ଧମକ ଦେଇଛନ୍ତି।

ସମ୍ପ୍ରତି ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ଏବଂ ଅସାମ୍ବିଧାନିକ ପଦକ୍ଷେପକୁ ସମାଲୋଚନା କରୁଥିବାବେଳେ ବାଗମତି ପ୍ରଦେଶର ଜଣେ ଆଇନଜୀବୀ ନରୋତ୍ତମ ବୈଦ୍ଧ୍ୟା ପିଏମ୍‌ ଓଲିଙ୍କୁ ହତ୍ୟା କରିବେ ବୋଲି ଧମକ ଦେଇଛନ୍ତି।

“ପ୍ରଧାନମନ୍ତ୍ରୀ କ୍ଷମତାରେ ରହିବା ଏବଂ ନିଜ ଅସନକୁ ବଞ୍ଚାଇବା ପାଇଁ ସେ ଶାସନର ପ୍ରତ୍ୟେକ ଦିଗରେ ଆପୋଷ ବୁଝାମଣା କରୁଛନ୍ତି ବୋଲି କହିଛନ୍ତି ଅଇନଜୀବୀ।

ଆଇନଜୀବୀଙ୍କ ଏହି ମନ୍ତବ୍ୟ ପରେ ଦଳ ଭିତରେ ସିପିଏନ୍-ୟୁଏମ୍ଏଲ୍ (କେପି ଓଲି ନେତୃତ୍ୱାଧୀନ ଦଳ) ଙ୍କ ଉପରେ ତୀବ୍ର ସମାଲୋଚନା କରାଯାଇଥିଲା।

ନେପାଳ କଂଗ୍ରେସ ଜଣେ ମୁଖପାତ୍ର ଶୁକ୍ରବାର ବିଳମ୍ବିତ ରାତିରେ ନରୋତ୍ତମଙ୍କୁ ତାଙ୍କ ବିବୃତ୍ତି ପ୍ରତ୍ୟାହାର କରିବାକୁ କହିଥିଲେ। ବିବୃତ୍ତିକୁ ପ୍ରତ୍ୟାହାର କରାଯିବା ଉଚିତ ଏବଂ ଏହା ଉପରେ ଆତ୍ମ ସମାଲୋଚନା କରାଯିବା ଉଚିତ୍ ବୋଲି କହିଛନ୍ତି ମୁଖପାତ୍ର।

Leave a Reply

Your email address will not be published. Required fields are marked *