ଦାୟିତ୍ୱ ଗ୍ରହଣ କଲେ ନୂଆ ସିଡିଏସ ଅନିଲ ଚୌହ୍ୱାନ

Top Storise ଦେଶ- ବିଦେଶ

ନୂଆଦିଲ୍ଲୀ: ଦେଶର ଦ୍ବିତୀୟ ସିଡିଏସ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଜେନେରାଲ ଅନିଲ ଚୌହାନ। ସିଡିଏସ୍ ହେବା ପରେ ଅନିଲ ଚୌହ୍ୱାନ ଦେଶର ତିନି ସେନା ମଧ୍ୟରେ ସମନ୍ୱୟ ରକ୍ଷା କରିବେ। ଯାହାଦ୍ୱାରା ଦେଶର ସୈନ୍ୟବାହିନୀ ଭବିଷ୍ୟତର ସୁରକ୍ଷା ଆହ୍ୱାନର ମୁକାବିଲା ପାଇଁ ପ୍ରସ୍ତୁତ ହୋଇପାରିବେ।

ତାମିଲନାଡୁରେ ହେଲିକପ୍ଟର ଦୁର୍ଘଟଣାରେ ଭାରତର ପ୍ରଥମ ସିଡିଏସ୍ ଜେନେରାଲ୍ ବିପିନ ରାୱତଙ୍କ ମୃତ୍ୟୁର ନଅ ମାସରୁ ଅଧିକ ସମୟ ପରେ ଖାଲି ପଡିଥିବା ଏହି ପଦକୁ ପୂରଣ କରିଛନ୍ତି କେନ୍ଦ୍ର ସରକାର।

ଦାୟିତ୍ୱ ଗ୍ରହଣ କରିବା ପରେ ଜେନେରାଲ ଚୌହାନ କହିଛନ୍ତି, ତିନି ସେନାର ଆଶା ପୂରଣ କରିବାକୁ ଚେଷ୍ଟା କରିବି ଏବଂ ସୁରକ୍ଷା ସମ୍ବନ୍ଧୀୟ ଆହ୍ୱାନ ତଥା ଅସୁବିଧାକୁ ଦୂର କରିବା ପାଇଁ ଚେଷ୍ଟା କରିବି। ଏବେ ଏପରି ଏକ ସମୟ ଆସିଛି ଯେତେବେଳେ ପୂର୍ବ ଲଦାଖରେ ଭାରତୀୟ ଏବଂ ଚୀନ୍ ସେନା ମଧ୍ୟରେ ସୀମାକୁ ନେଇ ବିବାଦ ଦେଖାଦେଇଛି।

ଅନିଲ ଚୌହ୍ୱାନ ଗତ ବର୍ଷ ମେ ୩୧ରେ ଇଷ୍ଟର୍ନ କମାଣ୍ଡର ମୁଖ୍ୟ ଭାବରେ ଅବସର ନେଇଥିଲେ। ଏହା ପରେ ସେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ଅଧୀନରେ ଜାତୀୟ ସୁରକ୍ଷା ପରିଷଦ ସଚିବାଳୟରେ ସାମରିକ ପରାମର୍ଶଦାତା ଭାବରେ ନିୟୋଜିତ ଥିଲେ। ଜେନେରାଲ ଅନିଲ ଚୌହ୍ବାନ ଦେଶର ଦ୍ୱିତୀୟ ସିଡିଏସ୍ ଭାବରେ ଦାୟିତ୍ବ ଗ୍ରହଣ କରିବା ପରେ ‘ଚାରୋଟି-ତାରକା ରାଙ୍କ୍’ ଫେରି ପାଇଛନ୍ତି। ଅବସର ପରେ ସେ ଚାରି ତାରକା ପଦବୀ ସହିତ ସେବାକୁ ଫେରିଥିବା ପ୍ରଥମ ଅବସରପ୍ରାପ୍ତ ଅଧିକାରୀ।

ସିଡିଏସ୍ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ଜେନେରାଲ୍ ଚୌହାନ୍ ଇଣ୍ଡିଆ ଗେଟ୍ ଠାରେ ଥିବା ନ୍ୟାଶନାଲ ଓ୍ୱାର ମେମୋରିଆଲରେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ରାଇସିନା ହିଲ୍ସରେ ଥିବା ଦକ୍ଷିଣ ବ୍ଲକର ଲନ୍ ଉପରେ ତିନି ସଶସ୍ତ୍ର ବାହିନୀ ନୂଆ ସିଡିଏସଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *