ଭୁବନେଶ୍ୱର: ରାଜ୍ୟରେ ଓମିକ୍ରନ ଭୟ । ସେଥିରେ ଆଗକୁ ଆସୁଛି ନୂଆ ବର୍ଷ । ନୂଆବର୍ଷ ଆସୁଥିବାରୁ ଭିଡ଼ ନିୟନ୍ତ୍ରଣ ଉପରେ ଗୁରୁତ୍ୱାରୋପ ଦିଆଯିବ । ସଂକ୍ରମଣ ଯେପରି ନବଢ଼ିବ ସେନେଇ ଆସିପାରେ ନୂଆବର୍ଷ ଗାଇଡ଼ଲାଇନ୍ । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।
ସେ କହିଛନ୍ତି, ଓମିକ୍ରନ ମୁକାବିଲା ନେଇ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ଏହି ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । କଟକଣା ବଢ଼ାଇବାକୁ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ଦାୟିତ୍ୱ ଦିଆଯାଇଛି । ସ୍ଥିତି ଦେଖି କଟକଣା କରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଟିକା ନେଇନଥିବା ବ୍ୟକ୍ତି ତୁରନ୍ତ ଟିକା ନେବା ପାଇଁ ପରାମର୍ଶ ଦିଆଯାଇଛି ।
ଜିନମ ସିକ୍ୟୁଏନ୍ସ ବଢ଼ାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଆରଟିପିସିଆରରେ ପଜିଟିଭ ଓ ସିଟି ଭ୍ୟାଲୁ କମ ଥିବା ଲୋକଙ୍କ ଜିନମ ସିକ୍ୱେନ୍ସିଂ କରିବାକୁ କୁହାଯାଇଛି । ଏହାସହ ହଷ୍ଟେଲରେ ଥିବା ପିଲାଙ୍କ ଲକ୍ଷଣ ପ୍ରକାଶ ପାଇଲେ ଟେଷ୍ଟ ହେବା ପର୍ଯ୍ୟନ୍ତ ଅଲଗା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।