Nisha Maharana's entire history came to light, she was said to be a young girl

ସାମ୍ନାକୁ ଆସିଲା ନିଶା ମହାରଣାଙ୍କ ପୁରା ଇତିହାସ, ସାନ ଝିଅ ବୋଲି ସେ ଥିଲେ ଗେଲ୍ହା

Top Storise ମନୋରଞ୍ଜନ ରାଜ୍ୟ

ବ୍ୟୁରୋ : ସୋସିଆଲ ମିଡ଼ିଆ ଖୋଲିବା ମାତ୍ରେ ନିଶା ମହାରଣା ନାମଟି ଏବେ ବେଶ୍ ଟ୍ରେଣ୍ଡ କରିଛି। ସେ ଏପରି କିଛି କଥା କହିଛନ୍ତି ଯାହା ସଭିଙ୍କୁ ହତଚକିତ କରିଛି। ଯୁବ ପିଢିଙ୍କୁ ଏହା ଆନନ୍ଦ ଦେଉଥିବା ବେଳେ ଅନେକ ନିନ୍ଦା କରିଛନ୍ତି। ସେହିପରି ତାଙ୍କର ଏପରି କାର୍ଯ୍ୟ ପରେ ପରିବାର ମଧ୍ୟ ଟାହି ଟାପର ଶୁଣି ଗାଁ ଛାଡିବାକୁ ବାଧ୍ୟ ହୋଇଥିଲେ। ବାସ୍ତବରେ ନିଶା ମହାରଣାଙ୍କ ପ୍ରକୃତ ସାଙ୍ଗିଆ ମହାରଣା ନୁହେଁ; ତାଙ୍କ ସାଙ୍ଗିଆ ମଳିକ । କେନ୍ଦ୍ରାପଡ଼ା ବ୍ଳକ୍‌ ଅଧୀନ ଓସ୍ତପୁର ଗ୍ରାମପଞ୍ଚାୟତର ନାଗପୁର ମଳିକ ସାହି ଗ୍ରାମରେ ତାଙ୍କ ଘର। ଏଠାରେ ମାଟ୍ରିକ୍ ପାସ୍ ପରେ ସେ ଆଲବମ୍ ଦୁନିଆରେ ପାଦ ଥାପିଥିଲେ । ହିରୋଇନ ହେବାର ସ୍ଵପ୍ନ ନେଇ ନିଶା ଘରୁ ପାଦ କାଢିଥିଲେ।

ଘରୁ ଆସି କିଛି ଆଲବମରେ ମଧ୍ୟ ଅଭିନୟ କରିଛନ୍ତି। ସମାନ ଭାବେ କିଛି ଟିଭି ଧାରାବାହିକରେ ମଧ୍ୟ ସେ କାମ କରିବାର ସୁଯୋଗ ପାଇଛନ୍ତି। ପରିବାର କଥା କହିବାକୁ ଗଲେ ସେ ଜଣେ ଗରିବ ପରିବାର ରୁ ଆସିଛନ୍ତି। ବାପା ଜଣେ ଦିନ ମଜୁରିଆ। ୪। ଭାଇ ଭଉଣୀଙ୍କ ମଧ୍ୟରୁ ନିଶା ସବୁ ଠାରୁ ସାନ। ପଢାପଢିରେ କିନ୍ତୁ ସଭିଙ୍କ ଆଗରେ ନିଶା। ଘରେ ଥିବା ବେଳେ ବାପାଙ୍କୁ କାମରେ ସହଯୋଗ କରୁଥିଲେ । ସେଥିପାଇଁ ସେ ବାପାଙ୍କ ହେଲ୍ପା ଝିଅ ଥିଲେ। ପିଲାଟି ବେଳୁ ଅଭିନୟ ପ୍ରତି ତାଙ୍କର ଦୁର୍ବଳତା ଥିଲା ଓ ସେ ଉଚ୍ଚାଭିଳାଷୀ ଥିଲେ। ପରେ ସେ ବାଲେଶ୍ଵରକୁ ଉଚ୍ଚଶିକ୍ଷା ପାଇଁ ଯାଇ ଆଲବମ୍ ଦୁନିଆ ସହ ପରିଚିତ ହୋଇଥିଲେ। ମନୋରଞ୍ଜନ ଜଗତ ସହ ତାଙ୍କର ସମ୍ପର୍କ କ୍ରମେ ନିବିଡ଼ ହୋଇଥିଲା । ଘରକୁ ଯେତେବେଳେ ବି ସେ ଆସୁଥିଲେ ବିଳାସପୂର୍ଣ୍ଣ ଦାମୀ କାର୍‌ରେ ଆସୁଥିଲେ ଓ ଚାଳଛପର ଘରେ ନରହି ହୋଟେଲରେ ରହିବାକୁ ପସନ୍ଦ କରୁଥିଲେ। କିଛି ମାସ ହେବ ଘରକୁ ଯିବାଆସିବା ତାଙ୍କର କମିଯାଇଥିଲା।

ଅଭିନୟ ସହ ସମ୍ପର୍କ ଯୋଡ଼ିବା ପରଠାରୁ କେନ୍ଦ୍ରାପଡ଼ାରେ ତାଙ୍କୁ ବିଶେଷ ଦେଖିବାକୁ ମିଳିନଥିଲା। ନିଜର ଅଭିନୟ ପାଇଁ ସେ ବେଶ୍ ପ୍ରଶଂସା ସାଉଁଟିଥିଲେ। ଟେଲିଭିଜନ୍‌ରେ କାମ କରିବା ପରେ ବାପା-ମା’, ଭାଇଭଉଣୀ, ସାହିଭାଇ, ସାଙ୍ଗସାଥୀ ମଧ୍ୟ ନିଜକୁ ଗର୍ବିତ ଅନୁଭବ କରିଥିଲେ। ହେଲେ କିଛି ଦିନ ହେବ ଗଣମାଧ୍ୟମରେ ନିଜକୁ ପର୍ଣ୍ଣ ଷ୍ଟାର୍ ସନି ଲିଓନିଙ୍କ ସହ ତୁଳନା କରିବା ଓ ତାଙ୍କୁ ଅନୁସରଣ କରୁଥିବା କହିବା ଓ ବାରମ୍ବାର ଅଶ୍ଳୀଳ ଟିପ୍ପଣୀ ଦେବା ପରେ ବାପାମା’ ଓ ପରିବାର ଲୋକେ ବ୍ୟସ୍ତ ହୋଇ ପଡ଼ିଥିଲେ। ଝିଅର ଏଭଳି ଆଚରଣ ପାଇଁ ଅପମାନ ବୋଧ କରିଥିଲେ । ଗାଁଗଣ୍ଡାରେ ମୁହଁ ଦେଖାଇବାକୁ ଲାଜ ଲାଗିଥିଲା। ଲୋକଙ୍କ ଟାହିଟାପରା ଅସହ୍ୟ ହୋଇପଡ଼ିଥିଲା। ଶେଷରେ ଲୋକଲଜ୍ଜାରୁ ଗଲାକାଲି ରାତିରୁ ସେମାନେ ଗାଁ ଛାଡ଼ି କେଉଁଆଡ଼େ ପଳାଇଛନ୍ତି। ଝିଅ ସହ କୌଣସି ସମ୍ପର୍କ ରଖିବାକୁ ମନା କରିଛନ୍ତି।

Leave a Reply

Your email address will not be published. Required fields are marked *