ଜ୍ୟାକଲିନ୍‌ଙ୍କ ବିରୋଧରେ ମାନହାନୀ ମକଦ୍ଦମା ଅଭିଯୋଗ କଲେ ନୋରା ଫତେହି

Top Storise ଦେଶ- ବିଦେଶ ମନୋରଞ୍ଜନ

ମୁମ୍ବାଇ: ପୁଣି ଫସିଲେ ବଲିଉଡ୍‌ ଅଭିନେତ୍ରୀ ଜ୍ୟାକଲିନ୍‌ ଫର୍ଣ୍ଣାଡିଜ୍‌। କନ୍‌ମ୍ୟାନ୍‌ ସୁକେଶ ଚନ୍ଦ୍ରଶେଖରଙ୍କ ବିରୋଧରେ ୨୦୦ କୋଟି ଟଙ୍କା ଠକେଇ ମମଲାରେ ସମ୍ପୃକ୍ତ ଥିବା ବଲିଉଡ୍‌ ଅଭିନେତ୍ରୀ ଜ୍ୟାକଲିନ୍‌ ଫର୍ଣ୍ଣାଡିଜ୍‌ଙ୍କୁ ନେଇ ଆସିଛି ଭିନ୍ନମୋଡ଼। ବଲିଉଡ୍‌ ଅଭିନେତ୍ରୀ ନୋରା ଫତେହି ଜ୍ୟାକଲିନ୍‌ ଫର୍ଣ୍ଣାଡିଜ୍‌ଙ୍କ ବିରୋଧରେ କରିଛନ୍ତି ମାନହାନୀ ମକଦ୍ଦମା। କେବଳ ଜ୍ୟାକଲିନ୍‌ ନୁହଁ କେତେକ ଗଣମାଧ୍ୟମ ସଂସ୍ଥା ବିରୋଧରେ ମଧ୍ୟ ମାନହାନୀ ମକଦ୍ଦମା ରୁଜୁ କରିଛନ୍ତି ନୋରା। ଅଭିନେତ୍ରୀ ନୋରାଙ୍କୁ ବଦନାମ ଉଦ୍ଦଶ୍ୟରେ ଜ୍ୟାକଲିନ ତାଙ୍କ ବିରୋଧରେ ଟିପ୍ପଣୀ ଦେଇ ଥିବା ବେଳେ ଏହି ବୟାନକୁ କେତେକ ଗଣମାଦ୍ୟମ ସଂସ୍ଥା ପ୍ରସାର କରିଥିବା ସେ ଅଭିଯୋଗ କରିଛନ୍ତି। ନୋରା ଫତେହି ତାଙ୍କ ପିଟିସନରେ କହିଛନ୍ତି ଯେ, ଜ୍ୟାକଲିନ ତାଙ୍କ କ୍ୟାରିୟରକୁ ନଷ୍ଠ କରିବା ଏବଂ ନିଜର ସ୍ୱାର୍ଥ ପାଇଁ ସେ ତାଙ୍କୁ ବଦନାମ କରିବା ପାଇଁ ଉଦ୍ୟମ କରିଛନ୍ତି।

ଯେହେତୁ ଉଭୟେ ସମାନ ଇଣ୍ଡଷ୍ଟ୍ରି ସହ ଜଡ଼ିତ ତେଣୁ ଜ୍ୟାକଲିନ ତାଙ୍କ କ୍ୟାରିଅର ବରବାଦ କରିବାକୁ ଉଦ୍ୟମ କରିଛନ୍ତି । ଅର୍ଥ ହେରଫେର ମାମଲାରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ଏବଂ ନୋରା ଫତେହିଙ୍କୁ ପୂର୍ବରୁ ଇଡି ପଚରାଉଚରା କରିଛି। ପିଏମଏଲଏ କୋର୍ଟରେ ନୋରା ଫତେଇ ଜ୍ୟାକଲିନଙ୍କ ବିରୋଧରେ ମାନହାନି ମମମଲା ଦାୟର କରିଛନ୍ତି। ତାଙ୍କ ବିରୋଧରେ ଇଡିରେ ମିଥ୍ୟା ଅଭିଯୋଗ କରାଯାଇଥିବା ବେଳେ ସେ କନମ୍ୟାନ ସୁକେଶଙ୍କ ସହ କୌଣସି ବେଆଇଅନ ଅର୍ଥହେରଫେରରେ ସମ୍ପୃକ୍ତ ନଥିବା କହିଛନ୍ତି। ଏହି ମାମଲା ସହିତ ତାଙ୍କର କୌଣସି ସମ୍ପର୍କ ନଥିବା ନୋରା କହିଛନ୍ତି।

ଇଡିର ସନ୍ଦେହ ଯେ, ସୁକେଶ ଚନ୍ଦ୍ରଶେଖର ଅଭିନେତ୍ରୀ ନୋରା ଫତେହୀଙ୍କୁ ଗୋଟାଏ ‘ବିଏମ୍‌ଡବ୍ଲୁ’ କାର୍‌ ଉପହାର ଦେଇଛନ୍ତି। ନୋରା ଫତେହୀଙ୍କୁ ସୁକେଶଙ୍କ ସହ ମୁହାଁମୁହିଁ ଜେରା କରାଯାଇଥିଲା। ସେଥିରେ ଉପହାର ପ୍ରସଙ୍ଗ ପଡ଼ିଥିଲା। ପରେ ସେ ଏକ ବିବୃତି ଜାରି କରି ନୋରା ଫତେହୀ କହିଥିଲେ, କୌଣସି ଆର୍ଥିକ ଦୁର୍ନୀତିରେ ସ‌େ ସଂଶ୍ଳିଷ୍ଟ ନୁହନ୍ତି।

Leave a Reply

Your email address will not be published. Required fields are marked *