ଖାଲି ଫ୍ୟାନ୍ସ ନୁହେଁ, ଝିଅ ଜିଭା ବି ହାତ ଯୋଡି ଧୋନୀଙ୍କ ପାଇଁ କରିଥିଲେ ପ୍ରାର୍ଥନା.. ଫଟୋ ଭାଇରାଲ

Top Storise ରାଜ୍ୟ

ନୂଆଦିଲ୍ଲୀ : ଗତିକାଲି ଆଇପିଏଲ୍ ୨୦୨୩ ର ଶେଷ ମ୍ୟାଚ୍ ବହୁତ ରୋମାଞ୍ଚକର ଥିଲା । ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗ୍ସ ପଞ୍ଚମ ଥର ପାଇଁ ଆଇପିଏଲ୍ ଟ୍ରଫି ଜିତିଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମହାନ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ଗୁଜୁରାଟ ଟାଇଟାନ୍ସକୁ ୫ ୱିକେଟରେ ପରାସ୍ତ କରି ଟାଇଟଲ ଜିତିଛି। ଏହି ବିଜୟ ସହିତ ଚେନ୍ନାଇ ସୁପର କିଙ୍ଗ୍ସ ଆଇପିଏଲରେ ସର୍ବାଧିକ ଟ୍ରଫି ଜିତିବା ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ସହିତ ସମାନ ହୋଇଛି। ଏବେ ଧୋନିଙ୍କ ଝିଅ ଜିଭାଙ୍କର ଏକ ଫଟୋ ଭାଇରାଲ ହେବାରେ ଲାଗିଛି।

ଚେନ୍ନାଇ ସୁପର କିଙ୍ଗ୍ସ ଆଇପିଏଲ୍ ୨୦୨୩ ଜିତିବା ପରେ ମହେନ୍ଦ୍ର ସିଂ ଧୋନିଙ୍କ ଝିଅ ଜିଭା ଧୋନିଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କିନ୍ତୁ ଜିଭାଙ୍କ ଏହି ଫଟୋ ୨୦୨୧ ଆଇପିଏଲ ଦୁବାଇର ଷ୍ଟାଡିୟମରେ ଦିଲ୍ଲୀ ରାଜଧାନୀ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ହୋଇଥିବା ମ୍ୟାଚର ବୋଲି ଜଣାପଡିଛି । କିନ୍ତୁ କାଲିର ମ୍ୟାଚ ପରେ ବର୍ତ୍ତମାନ ଏହି ଫଟୋ ସେୟାର କରାଯାଉଛି ଏବଂ ପୋଷ୍ଟରେ ଲେଖାଯାଉଛି ଶେଷରେ ଭଗବାନ ଜିଭାଙ୍କ ପ୍ରାର୍ଥନା ଶୁଣିଛନ୍ତି ।

ଏହା ସହ ଜିଭାଙ୍କ କିଛି ଭିଡିଓ ମଧ୍ୟ ଭାଇରାଲ ହୋଇଛି । ଫିଲ୍ଡ ଜିଭା ଟ୍ରଫି ସହ ଥିବା ଭିଡିଓ ସାମ୍ନାକୁ ଆସିଛି । ଅନ୍ୟ ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ ଜିଭା ବାପାଙ୍କୁ କୁଣ୍ଡାଇ ଧରିଛନ୍ତି ।

Leave a Reply

Your email address will not be published. Required fields are marked *