ଭୁବନେଶ୍ୱର: ଆଜି ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ସହ ଗୁଳୁଗୁଳି ଅନୁଭୂତ ହୋଇଛି । ୨୫ ସହରରେ ପାରଦ ୪୦ ପାର୍ ହୋଇଥିବା ବେଳେ ୪୪ ଡିଗ୍ରୀ ତାପମାତ୍ରାରେ ଟକ୍ ଟକ୍ ହୋଇ ଫୁଟିଛି ନୂଆପଡ଼ା । ପଶ୍ଚିମ ସହ ଦକ୍ଷିଣ ଓ ଆଭ୍ଯନ୍ତରୀଣ ଓଡ଼ିଶାରେ ଅସହ୍ୟ ତାତି ଅନୁଭୂତ ହୋଇଥିବା ବେଳେ ଉପକୂଳବାସୀ ଗୁଳୁଗୁଳିରେ ଡହଳ ବିକଳ ହେଉଛନ୍ତି ।
ଝାରସୁଗୁ଼ଡ଼ାରେ ଆଜି ପାରଦ ୪୩.୪ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ତାଳଚେରରେ ୪୩.୨ ଡିଗ୍ରୀ, ଅନୁଗୁଳରେ ୪୩.୧ ଡିଗ୍ରୀ, ସମ୍ବଲପୁରରେ ୪୨.୯ ଡିଗ୍ରୀ, ଭୁବନେଶ୍ୱରରେ ୪୨.୮ ଡିଗ୍ରୀ, ସୋନପୁରରେ ୪୨.୫ ଡିଗ୍ରୀ, ରାଉରକେଲାରେ ୪୨.୪ ଡିଗ୍ରୀ, ଢେଙ୍କାନାଳରେ ୪୨.୩ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।
ବଲାଙ୍ଗିରରେ ପାରଦ ୪୧.୭ ଡିଗ୍ରୀ, କଟକ ଓ ଚାନ୍ଦବାଲିରେ ୪୧.୬ ଡିଗ୍ରୀ, ବରଗଡ଼ରେ ୪୧.୫ ଡିଗ୍ରୀ, ସୁନ୍ଦରଗଡ଼ରେ ୪୧.୪ ଡିଗ୍ରୀ, ଟିଟିଲାଗଡ଼ରେ ୪୧.୨ ଡିଗ୍ରୀ, ବୌଦ୍ଧ ଓ କେନ୍ଦ୍ରାପଡ଼ାରେ ୪୧ ଡିଗ୍ରୀ ରେକର୍ଡ କରାଯାଇଛି ।
ପାଣିପାଗ ବିଭାଗର ଆକଳନ ଅନୁସାରେ, ଆଗାମୀ ୫ ଦିନ ଯାଏ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ । ରାଜ୍ୟର କେତକ ସ୍ଥାନରେ ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିବ । ସୁନ୍ଦରଗଡ଼, ସମ୍ବଲପୁର, ଅନୁଗୁଳ, ବୌଦ୍ଧ, ସୋନପୁର, ବଲାଙ୍ଗିର, ଝାରସୁଗୁଡ଼ା ଓ ବରଗଡ଼ ଜିଲ୍ଲାରେ ଅସହ୍ଯ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବାକୁ ଥିବା ବେଳେ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ସହ ଗୁଳୁଗୁଳି ଅନୁଭୂତ ହେବ ।