ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ ଉପରେ ବୋମାମାଡ଼ ଘଟଣା: ୟୁକ୍ରେନ ରାଷ୍ଟପତି ଜାପାନ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା

Top Storise ଦେଶ- ବିଦେଶ

ଭୁବନେଶ୍ୱର: ଆଜି ୟୁକ୍ରେନର ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ ଉପରେ ଋଷ ସେନା ଆକ୍ରମଣ କରିଛି । ଏହି ପ୍ରସଙ୍ଗରେ ୟୁକ୍ରେନ ରାଷ୍ଟପତି ଭୋଲଦିମିର ଜେନେଲକ୍ସି ଜାପାନ ପ୍ରଧାନମନ୍ତ୍ରୀ ଫୋମିଓ କିଶିଦାଙ୍କ ସହିତ ଆଲୋଚନା କରିଛନ୍ତି । ଏହି ଆଲୋଚନା ସମ୍ପର୍କରେ ୟୁକ୍ରେନ ରାଷ୍ଟ୍ରପତି ଟ୍ୱିଟ୍ କରି ଜଣାଇଛନ୍ତି ।

ଋଷ ଉପରେ ଜାପନ ବିଭିନ୍ନ ପ୍ରକାରର ପ୍ରତିବନ୍ଧକ ଲଗାଇଛନ୍ତି ତେଣୁ ୟୁକ୍ରେନ ରାଷ୍ଟ୍ରପତି ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।https://platform.twitter.com/embed/Tweet.html?creatorScreenName=Odisha_Sambad&dnt=false&embedId=twitter-widget-0&features=eyJ0ZndfZXhwZXJpbWVudHNfY29va2llX2V4cGlyYXRpb24iOnsiYnVja2V0IjoxMjA5NjAwLCJ2ZXJzaW9uIjpudWxsfSwidGZ3X2hvcml6b25fdHdlZXRfZW1iZWRfOTU1NSI6eyJidWNrZXQiOiJodGUiLCJ2ZXJzaW9uIjpudWxsfSwidGZ3X3NwYWNlX2NhcmQiOnsiYnVja2V0Ijoib2ZmIiwidmVyc2lvbiI6bnVsbH19&frame=false&hideCard=false&hideThread=false&id=1499680634628972549&lang=en&origin=https%3A%2F%2Fodishasambad.in%2Fzelenskyy-briefs-japanese-pm-over-russian-attack-on-nuke-plant%2F&sessionId=3bfd57293f912217006795bd6131e68602ebfcc9&siteScreenName=Odisha_Sambad&theme=light&widgetsVersion=75b3351%3A1642573356397&width=550px

CONTINUED DIALOGUE WITH 🇯🇵 PM @KISHIDA230. INFORMED ABOUT RUSSIA’S NUCLEAR TERRORISM AT THE ZAPORIZHZHIA #NPP. WE BOTH AGREE ON THE GRAVITY OF THREATS TO GLOBAL SECURITY. THANKED 🇯🇵 FOR THE DIVERSE ASSISTANCE TO 🇺🇦 & THE SANCTIONS PRESSURE ON RF. TOGETHER WE OPPOSE THE AGGRESSOR

— ВОЛОДИМИР ЗЕЛЕНСЬКИЙ (@ZELENSKYYUA) MARCH 4, 2022

ଗରୁବାର ରାତିରେ ଜାପୋରିଝଝିଆରେ ଋଷ ବୋମା ମାଡ଼ କରିଥିଲା । ଆକ୍ରମଣ ଚାଲିଥିବା ବେଳେ ହଠାତ ପ୍ଲାଣ୍ଟର ଗୋଟିଏ ଜେନେରେଟିଂ ୟୁନିଟରେ ବୋମାମାଡ଼ ହୋଇଥିଲା । ଫଳରେ ପ୍ଲାଣ୍ଟର ଗୋଟିଏ ପଟେ ନିଅାଁ ଲାଗି ଯାଇଥିଲା । ପ୍ଲାଣ୍ଟ ନିକଟରେ ଋଷ ସୌନ୍ୟମାନେ ରହି ନିଅାଁ ଲିଭାଇବାକୁ ଉଦ୍ୟମ କରୁଥିବା କର୍ମଚାରୀଙ୍କୁ ଗୁଳି କରିଥିଲେ । ଯଦି ସମ୍ପୂର୍ଣ୍ଣ ନ୍ୟୁକ୍ଲିୟର ପ୍ଲାଣ୍ଟରେ ନିଆଁ ଲାଗିଯିବ ତେବେ ପରିସ୍ଥିତି ଅତି ଭୟଙ୍କର ହେବ ବୋଲି ୟୁକ୍ରେନ ବୈଦେଶିକ ମନ୍ତ୍ରୀ ଦିମତ୍ରୋ କୁଲେବା କହିଛନ୍ତି । ଅନ୍ୟପଟେ ଋଷର ରାଷ୍ଟ୍ରଦୂତ ଆଣ୍ଟୋଲି ଆଣ୍ଟୋନଭ ୟୁଏସ ସିନେଟର ଲିଣ୍ଡସେ ଗ୍ରାହମଙ୍କୁ ତାଙ୍କ ମନ୍ତବ୍ୟ ପାଇଁ କଡ଼ା ସମାଲୋଚନା କରିଛନ୍ତି ।

Leave a Reply

Your email address will not be published. Required fields are marked *