Odisha breaks record in liquor trade, know how much revenue it collected

ମଦ ବେପାରରେ ରେକର୍ଡ ଭାଙ୍ଗିଲା ଓଡିଶା, ଜାଣନ୍ତୁ କେତେ ରାଜସ୍ବ ଆଦାୟ

Top Storise ରାଜ୍ୟ

ଭୁବନେଶ୍ୱର: ରାଜ୍ୟରେ ଏକାଧିକ ମଦୁଆ ପ୍ରତିଦିନ ମଦ ପିଅନ୍ତି। ତାଙ୍କ ମନ ରଖିବା ତଥା ଶୁଦ୍ଧ ଓଡ଼ିଆରେ ମଦ୍ୟପ ବୋଲି କୁହାଯାଏ। ତାଙ୍କ ମଧ୍ୟରୁ କିଛି ସମ୍ପୂର୍ଣ୍ଣ ମଦୁଆ(ମଦ୍ୟପ) ଆଉ କିଛି ଅକେଜନାଲି ମଦୁଆ(ମଦ୍ୟପ)।

ଏପରିକି ଅନେକ ବ୍ୟକ୍ତି ଘର ବାଡ଼ି ବିକ୍ରି କରି ମଦ ରେ ଉଡ଼ାଇବା ଭଳି ନଜିର ବି ରହିଛି। ଆଉ କିଛି ମଦ ପାଇଁ ସବୁଦିନ ସନ୍ଧ୍ୟାରେ ଝଗଡ଼ା ବି ଲାଗନ୍ତି। ଏପରିକି ଟଙ୍କା ପାଇଁ କିଛି ବି କରିବାକୁ ଏମାନେ ପ୍ରସ୍ତୁତ। ଯେବେ ମଦ ପର୍ଯ୍ୟାପ୍ତ ପରିମାଣର ନ ମିଳେ ଏମାନେ ସାଙ୍ଗ ଫୋନ୍ ଉଠାନ୍ତି ବି ନାହିଁ।

ସବୁ ସତ୍ତ୍ୱେ ସନ୍ଧ୍ୟାବେଳେ ମଦ ଦୋକାନରେ ଲାଇନ୍ ଲାଗିବା ସ୍ଵାଭାବିକ ପ୍ରକ୍ରିୟା ହେଇଗଲାଣି। କିନ୍ତୁ ଆପଣ ଜାଣନ୍ତି କି ଆପଣ ନିଜ ଅର୍ଜିତ ଧନରୁ ମଦ୍ୟପାନ କରି ରାଜ୍ୟ ରାଜକୋଷକୁ କେତେ ବଢାଇଛନ୍ତି। ଆପଣ ଭାବି ବି ପାରିବେ ନାହିଁ କେତେ ଟଙ୍କାର ରାଜସ୍ବ ସମସ୍ତ ମଦ୍ୟପଙ୍କ ଠାରୁ ଯାଇଥାଏ। ତେବେ ଆସନ୍ତୁ ଜାଣିବା କେତେ ରାଜସ୍ବ ବଢ଼ାଉଛି ମଦ।

ବିଧାନସଭାର ତଥ୍ୟ ମୁତାବକ ୨୦୨୪-୨୫ ଆର୍ଥିକ ବର୍ଷରେ ମଦ (IMFL, ବିୟର ଓ ଦେଶୀ ମଦ) ବିକ୍ରିରୁ ଓଡ଼ିଶା ସରକାରଙ୍କୁ ମୋଟ୍ ଆୟ ହୋଇଛି ୧୧,୪୨୯.୭୪ କୋଟି ଟଙ୍କା (VAT ସହିତ)। ଏହା ଗତ ବର୍ଷ ଅପେକ୍ଷା ୧୩.୭% ଅଧିକ।
ଆସନ୍ତୁ ଏକ ଟେବୁଲ ମାଧ୍ୟମରେ ଗତ ୫ ବର୍ଷର ରାଜସ୍ବ ବିଷୟରେ ଜାଣିବା

Leave a Reply

Your email address will not be published. Required fields are marked *