ବେଆଇନ୍ ମାଦକ ଦ୍ରବ୍ୟ ଚୋରାଚାଲାଣ ଏବଂ ନିଶା ଦ୍ରବ୍ୟ ରୋକିବା ସଂପର୍କରେ ଉଚ୍ଚ ସ୍ତରୀୟ ବୈଠକରେ ରାଜ୍ୟର ସ୍ଥିତି ଅନୁଧ୍ୟାନ କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ନିର୍ଦ୍ଦେଶ ଦେଇଛନ୍ତି।
ଶିକ୍ଷାନୁଷ୍ଠାନ ପରିସର ଏବଂ ସଂଲଗ୍ନ ଅଂଚଳରେ ବେଆଇନ୍ ନିଶାଦ୍ରବ୍ୟ ବିକ୍ରୟ , ସେବନ ଓ କାରବାର ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଛାତ୍ରଛାତ୍ରୀଙ୍କ ପାଇଁ ସବୁ ବିଦ୍ୟାଳୟ ମହାବିଦ୍ୟାଳୟକୁ ଡ୍ରଗ୍ ଫ୍ରି କ୍ୟାମ୍ପସ କରିବା ପାଇଁ ସଚେତନ କରାଯିବା ସହିତ ଜିରୋ ଟଲେରାନ୍ସ ନୀତି ପ୍ରତି ଗୁରୁତ୍ୱ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସ୍ୱାଧୀନତା ଦିବସ ଅବସରରେ ଗାନ୍ଧୀ ମାର୍ଗରେ ଏକ କଡ଼ା ବାର୍ତ୍ତା ଦେଇ କହିଥିଲେ ଯେ, ରାଜ୍ୟର ଶିକ୍ଷାନୁଷ୍ଠାନଗୁଡ଼ିକରେ କ୍ୟାମ୍ପସକୁ ସୁରକ୍ଷିତ ଅଞ୍ଚଳ ଭାବେ ଘୋଷଣା କରାଯିବ। କ୍ୟାମ୍ପସରେ ନିଶା ସେବନକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯିବ ଏବଂ ଏହାର ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହା ସହିତ, ଅଣଛାତ୍ରଙ୍କ ଅସାମାଜିକ କାର୍ଯ୍ୟକଳାପକୁ ଦମନ କରାଯିବ ଏବଂ ଛାତ୍ରୀଙ୍କ ସୁରକ୍ଷା ପାଇଁ ‘ଶକ୍ତିଶ୍ରୀ’ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଉଛି।
ନିଶା ବ୍ୟାନର କାର୍ଯ୍ୟକାରିତା ପାଇଁ କେତେକ ଆହ୍ୱାନ ମଧ୍ୟ ରହିଛି। ଉଦାହରଣ ସ୍ୱରୂପ, କ୍ୟାମ୍ପସରେ ନିଶା ସେବନକୁ ନିୟନ୍ତ୍ରଣ କରିବା ପାଇଁ ନିୟମିତ ତଦନ୍ତ, ସଚେତନତା କାର୍ଯ୍ୟକ୍ରମ ଓ କଠୋର ଶାସ୍ତିବ୍ୟବସ୍ଥା ଆବଶ୍ୟକ। ଏହା ସହିତ, ନିଶା ମାଫିଆଙ୍କୁ ଚିହ୍ନଟ କରି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ।

