ଶିଶୁ ବାଟିକା ପିଲାଙ୍କୁ ମିଳିବ ୟୁନିଫର୍ମ,ଜୋତା, ମୋଜା, ଟି-ସାର୍ଟ, ଟ୍ରାକ୍ ପ୍ୟାଣ୍ଟ, କ୍ୟାପ୍ ଏବଂ ପରିଚୟପତ୍ର। ୩ ଲକ୍ଷ ୧୦ ହଜାର ୮୩୯ ଶିଶୁ ବାଟିକା ଛାତ୍ରଛାତ୍ରୀଙ୍କୁ ମାଗଣା ସ୍କୁଲ ପୋଷାକ, ଜୋତା ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ସାମଗ୍ରୀ ବଣ୍ଟନ ପାଇଁ ପ୍ରତି ଛାତ୍ର ପାଇଁ ଏକ ହଜାର ଟଙ୍କା ପାଣ୍ଠି ଆବଶ୍ୟକ। ଏଥିପାଇଁ ପାଣ୍ଠି ଅନୁମୋଦନ ଦେବାକୁ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗକୁ ଚିଠି ଲେଖିଛି ଓସେପା।
ମନ୍ତ୍ରୀ କହିଛନ୍ତି ରାଜ୍ୟର ୪୫ ହଜାର ପ୍ରାଥମିକ ସ୍କୁଲରେ ଶିଶୁ ବାଟିକା ଖୋଲାଯାଇଛି । ଏବେ ପିଲାଙ୍କୁ ୟୁନିଫର୍ମ ସହିତ ଜୋତା, ମୋଜା, ଟ୍ରାକ୍ ପ୍ୟାଣ୍ଟ ମଧ୍ୟ ଦିଆଯିବ । ୩ ଲକ୍ଷ ୧୦ ହଜାର ୮୪୯ ପିଲାଙ୍କୁ ୟୁନିଫର୍ମ ଦିଆଯିବ । ପ୍ରତି ପିଲା ପିଛା ହଜାରେ ଟଙ୍କା ଦେବା ପାଇଁ ବ୍ୟବସ୍ଥା କରାଯାଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏନେଇ ଯୋଜନା ପ୍ରସ୍ତୁତ କରୁଛି । ଏହା କରିବା ଦ୍ବାରା ପିଲାମାନେ ଖୁସିରେ ସ୍କୁଲ ଯିବେ ଓ ତାଙ୍କ ଅଭ୍ୟାସରେ ପରିଣତ ହେବ । ସ୍କୁଲ ଛାଡ଼ିବା ପାଇଁ ମନ କରିବେ ନାହିଁ ଏବଂ ଡ୍ରପ୍ ଆଉଟ୍ ବଢ଼ିବ ନାହିଁ ।

