ପଡ଼ୋଶୀ ରାଷ୍ଟ୍ର ଶ୍ରୀଲଙ୍କାର ୩୦ ଜଣ ଅଧିକାରୀ ଓଡ଼ିଶାରେ ପହଁଞ୍ଚିଛନ୍ତି। ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରାଳୟ ଆନୁକୂଲ୍ୟରେ ଏବଂ ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ସଂଯୋଜନାରେ ସେମାନେ ପାଞ୍ଚଦିନ ଧରି ପ୍ରଶିକ୍ଷଣ ନେବେ।ସେମାନେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି।

ବିଭିନ୍ନ ସ୍ଥାନ ପରିଦର୍ଶନ ସମୟରେ ସେମାନେ ଓଡ଼ିଶାର କଳା-ସଂସ୍କୃତି-ଐତିହ୍ୟ-ଇତିହାସ-ବୌଦ୍ଧ କୀର୍ତ୍ତିରାଜି ସମ୍ପର୍କରେ ଅବଗତ ହେବେ । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏବଂ ବିପର୍ଯ୍ୟୟ ପୂର୍ବରୁ ଓ ପରେ ଗଣମାଧ୍ୟମର ଭୂମିକା ସମ୍ପର୍କରେ ସ୍ଥାନୀୟ ରାଜସ୍ୱ ଅଧିକାରୀଙ୍କ ପ୍ରଶିକ୍ଷଣ ପ୍ରତିଷ୍ଠାନଠାରେ ସେମାନେ ପ୍ରଶିକ୍ଷିତ ହେବେ ।


