ଓଡ଼ିଶା ସମ୍ବାଦ ଏବଂ ଓଡ଼ିଶା ବାଇଟ୍ସ ଆୟୋଜନ କରୁଛନ୍ତି ‘ସୁଶ୍ରୁତ : ଦ ହେଲ୍ଥ କନକ୍ଲେଭ’

Top Storise ରାଜ୍ୟ

ଭୁବନେଶ୍ୱର: ଅଗ୍ରଣୀ ଡିଜିଟାଲ ମିଡିଆ ପ୍ଲାଟଫର୍ମ ‘ଓଡ଼ିଶା ସମ୍ବାଦ ଏବଂ ଓଡ଼ିଶା ବାଇଟ୍ସ’ ପ୍ରଥମ ଥର ପାଇଁ ଭୁବନେଶ୍ୱରର ମେଫେୟାର କନଭେନସନ ଠାରେ ଜୁନ ୩୦ (ଗୁରୁବାର) ରେ ଆୟୋଜନ କରୁଛନ୍ତି ‘ସୁଶ୍ରୁତ: ଦ ହେଲ୍ଥ କନକ୍ଲେଭ’ ।

ଓଡ଼ିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନବ କିଶୋର ଦାସ ଉଦଘାଟନୀ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ଗ୍ରାମାଞ୍ଚଳ ବିକାଶ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ପ୍ରୀତି ରଞ୍ଜନ ଘଡ଼ାଇ । ଅଶ୍ୱିନୀ ଗ୍ରୁପ ଅଫ ହସ୍ପିଟାଲର ଚେୟାରମ୍ୟାନ ତଥା ବିଶିଷ୍ଟ ଅର୍ଥୋପେଡ଼ିକ ଡାକ୍ତର ସୁବ୍ରତ ଜେନା ଏବଂ ସମ୍ ଅଲ୍ଟିମେଟ ମେଡିକେୟାର ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ୱେତପଦ୍ମା ଦାଶ ଉଦଘାଟନୀ ସମାରୋହର ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହିବେ ।

କାର୍ଯ୍ୟକ୍ରମରେ ବର୍ତ୍ତମାନ ସମୟର ଦୁଇଟି ଅତି ଗୁରୁତ୍ୱପୂର୍ଣ୍ଣ ବିଷୟର ଆଲୋଚନା ଚକ୍ର ଅନୁଷ୍ଠିତ ହେବ । ସେଗୁଡ଼ିକ ହେଉଛି: ‘ମହାମାରୀ ସହ ଲଢ଼େଇ ଏବଂ କ୍ୟାନ୍ସର ମହୌଷଧି ର ଆଶା’ । ପ୍ରଥମ ପର୍ଯ୍ୟାୟ ଆଲୋଚନା ଚକ୍ର ‘ମହାମାରୀ ସହ ଲଢ଼େଇ’ ଶୀର୍ଷକରେ ଭାଗ ନେବେ ଇଣ୍ଟରନାଲ ମେଡିସିନ ବିଶେଷଜ୍ଞ ଡାକ୍ତର ନିରୋଜ କୁମାର ମିଶ୍ର, ଓଡ଼ିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ବୈଷୟିକ ମୁଖପାତ୍ର ତଥା ଏସସିବି ମେଡିକାଲ କଲେଜର ମେଡିସିନ ବିଭାଗ ମୁଖ୍ୟ ଡାକ୍ତର ଜୟନ୍ତ କୁମାର ପଣ୍ଡା ଏବଂ ସମ୍ ହସ୍ପିଟାଲର କ୍ଲିନିକାଲ ଇମ୍ୟୁନୋଲୋଜି ଏବଂ ରିୟୁମାଟୋଲୋଜି ମୁଖ୍ୟ ଡାକ୍ତର ପ୍ରଦୀପ୍ତ ପାତ୍ର । ଏହି ଆଲୋଚନା ଚକ୍ରକୁ ପରିଚାଳନା କରିବେ ବରିଷ୍ଠ ସାମ୍ବାଦିକ ସନ୍ଦୀପ ସାହୁ ।

ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ଚକ୍ରରେ ଜଣାଶୁଣା ଅଙ୍କୋଲୋଜିଷ୍ଟ ଡାକ୍ତର କୃପାସିନ୍ଧୁ ପଣ୍ଡା, ଏମ୍ସ ଭୁବନେଶ୍ୱରର ସର୍ଜିକାଲ ଅଙ୍କୋଲୋଜି ବିଭାଗ ମୁଖ୍ୟ ଡାକ୍ତର ମାଧବାନନ୍ଦ କର ଏବଂ ସମ୍ ହସ୍ପିଟାଲର ମେଡିକାଲ ଅଙ୍କୋଲୋଜି ବିଭାଗ ମୁଖ୍ୟ ଡାକ୍ତର ସୌମ୍ୟ ସୁରଥ ପଣ୍ଡା ଅଂଶଗ୍ରହଣ କରିବେ । ଉପସ୍ଥାପକ ତଥା ସାମ୍ବାଦିକ ବଳଭଦ୍ର ରଥ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବେ । ବିଶିଷ୍ଟ କାହାଣୀକାର ପ୍ରାଚୀତାରା ମାନସିକ ସ୍ୱାସ୍ଥ୍ୟକୁ ନେଇ ଏକ ବିଶେଷ ଉପସ୍ଥାପନ କରିବେ ।

ଭୁବନେଶ୍ୱର ସ୍ଥିତ ମଲ୍ଟି ସୁପର ସ୍ପେଶାଲିଟି ହସ୍ପିଟାଲ ସମ୍ ଅଲ୍ଟିମେଟ ମେଡିକେୟାର ଏହି କାର୍ଯ୍ୟକ୍ରମର ମୁଖ୍ୟ ପ୍ରାୟୋଜକ ଅଛନ୍ତି । ଅଶ୍ୱିନୀ ହସ୍ପିଟାଲ ଏବଂ ଭୁବନେଶ୍ୱରର ଆମ୍ରି ହସ୍ପିଟାଲ କାର୍ଯ୍ୟକ୍ରମର ସହ-ପ୍ରାୟୋଜକ ଅଛନ୍ତି । ଅନ୍ୟ ପ୍ରାୟୋଜକ ହେଉଛନ୍ତି ଜିଗିତ୍ସା ହେଲଥକେୟାର ଲିମିଟେଡ ଏବଂ ଏଣ୍ଟରଟେନ ଇଭେଣ୍ଟସ ଆଣ୍ଡ ପ୍ରଡକ୍ସନ ଇଭେଣ୍ଟ ପାର୍ଟନର ରହିଛନ୍ତି ।

Leave a Reply

Your email address will not be published. Required fields are marked *