ରାଜ୍ୟରେ ୧୮୪୦ ଡାକ୍ତର ଓ ୫୦୦୦ରୁ ଉର୍ଦ୍ଧ୍ଵ ପାରାମେଡିକାଲ୍ ଷ୍ଟାଫ୍ ନିଯୁକ୍ତି ପାଇବେ, ମୁଖ୍ୟମନ୍ତ୍ରୀ ଦେଲେ ନିର୍ଦ୍ଦେଶ

ରାଜ୍ୟ

ରାଜ୍ୟରେ ଖୁବଶୀଘ୍ର  ୧୮୪୦ ଡାକ୍ତର ଓ ୫୦୦୦ରୁ ଉର୍ଦ୍ଧ୍ଵ ପାରାମେଡିକାଲ୍ ଷ୍ଟାଫ୍ ନିଯୁକ୍ତି ପାଇବେ। ମେଡିକାଲ କଲେଜରେ ପ୍ରଫେସର ପଦବୀ ପୂରଣ କରାଯିବ । ଆଦିବାସୀ ଅଧୁଷିତ ଅଂଚଳରେ ଅଧିକରୁ ଅଧିକ ଡାକ୍ତର ନିଯୁକ୍ତି ଦିଆଯିବ ।

ସ୍ୱାସ୍ଥ୍ୟ ବିଭାଗର ସମୀକ୍ଷା କରି ଏଭଳି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସ୍ୱାସ୍ଥ୍ୟ ବିଭାଗର ସମୀକ୍ଷା କରିବା ସହ ରାଜ୍ୟର ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ବିଷୟରେ ଆଲୋଚନା କରିଛନ୍ତି ।ମୁଖ୍ୟମନ୍ତ୍ରୀ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସମୀକ୍ଷା କରିଛନ୍ତି । ରାଜ୍ୟରେ ଖାଲି ପଡିଥିବା ବିଭିନ୍ନ ଡାକ୍ତର ପଦବୀ ଓ ପ୍ରଫେସର ପଦବୀ ପୂରଣ ଉପରେ ମୁଖ୍ୟମନ୍ତ୍ରୀ ଫୋକୋସ କରିଛନ୍ତି ।

ଖୁବଶୀଘ୍ର ୧୮୪୦ ଡାକ୍ତର ତଥା ମେଡିକାଲ ଅଫିସର ନିଯୁକ୍ତି ପାଇବେ । ଆହୁରି ୫୦୦୦ରୁ ଉର୍ଦ୍ଧ୍ଵ ପାରାମେଡିକାଲ୍ ଷ୍ଟାଫ୍ ମଧ୍ୟ ନିଯୁକ୍ତି ପାଇବେ । ଏହା ସହିତ ଆଦିବାସୀ ଅଧୁଷିତ ଅଂଚଳ ମାନଙ୍କରେ ଅଧିକରୁ ଅଧିକ ଡାକ୍ତର ନିଯୁକ୍ତି ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।


ବିଭିନ୍ନ ମେଡିକାଲ କଲେଜରେ ଖାଲି ପଡିଛି ଆସିଷ୍ଟାଣ୍ଟ ପ୍ରଫେସର, ଆସୋସିଏଟ ପ୍ରଫେସର ଏବଂ ପ୍ରଫେସର ପଦବୀ । ଏହି ପଦବୀ ପୂରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି । ବିଭିନ୍ନ ମେଡିକାଲ କଲେଜରେ ପି.ଜି ସିଟ ସଂଖ୍ୟା ବୃଦ୍ଧି, ମେଡିକାଲ କଲେଜର ଭିତ୍ତିଭୂମି ବିକାଶ, ସ୍ୱାସ୍ଥ୍ୟ ସେବା ଛଡା ଅନ୍ୟାନ୍ୟ ଆବଶ୍ୟକୀୟ ପଦବୀ ପୂରଣ ଓ ଟେକ୍ନିକାଲ ଷ୍ଟାଫଙ୍କ ନିଯୁକ୍ତି ସମ୍ବନ୍ଧରେ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି ।

Leave a Reply

Your email address will not be published. Required fields are marked *