ସ୍ପୁଟ୍‌ନିକ ଭି ଟିକାର ଗୋଟିଏ ଡୋଜ ଶକ୍ତିଶାଳୀ ଆଣ୍ଟିବଡି ସୃଷ୍ଟି କରିପାରେ; ରିପୋର୍ଟ

Top Storise ଦେଶ- ବିଦେଶ

ନୂଆଦିଲ୍ଲୀ: ଏକ ନୂତନ ଅଧ୍ୟୟନ ଅନୁଯାୟୀ କରୋନାଭାଇରସ୍ ବିରୁଦ୍ଧରେ ଏକ ଶକ୍ତିଶାଳୀ ଆଣ୍ଟିବଡି ସୃଷ୍ଟି କରିବା ପାଇଁ ରୁଷ ସ୍ପୁଟ୍‌ନିକ ଭି ଟିକାର ଗୋଟିଏ ଡୋଜ ଯଥେଷ୍ଟ। ସେଲ୍ ରିପୋର୍ଟ୍ସ ମେଡିସିନ୍ ପତ୍ରିକାରେ ପ୍ରକାଶିତ ଏହି ନୂତନ ଅଧ୍ୟୟନରେ, ଆର୍ଜେଣ୍ଟିନାର ୨୮୯ ଜଣ ସ୍ବାସ୍ଥ୍ୟକର୍ମୀଙ୍କୁ ନେଇ ପରୀକ୍ଷା କରାଯାଇଥିଲା।

ଏହି ଯାଞ୍ଚ ପ୍ରକ୍ରିୟାରେ ସ୍ବାସ୍ଥ୍ୟକର୍ମୀମାନେ ଗୋଟିଏ ଡୋଜ ସ୍ପୁଟ୍‌ନିକ ଭି ଟିକା ନେଇଥିଲେ। ଏମାନଙ୍କଠାରେ ଗୋଟିଏ ଡୋଜ ଟିକାରେ ନିର୍ଦ୍ଦିଷ୍ଟ ଆଣ୍ଟିବଡି ପ୍ରତିକ୍ରିୟା ସୃଷ୍ଟି ହୋଇଥିବା ପରିଲକ୍ଷିତ କରାଯାଇଛି।

ଅଧ୍ୟୟନରୁ ଜଣାପଡିଛି ଯେ ସ୍ପୁଟ୍‌ନିକ ଭି ଟିକାର ଗୋଟିଏ ଡୋଜ ନେଇଥିବା ୯୪ ପ୍ରତିଶତ ଲୋକଙ୍କଠାରେ ୩ ସପ୍ତାହ ମଧ୍ୟରେ ଆଣ୍ଟିବଡି ବିକଶିତ ହୋଇଥିଲା।

Leave a Reply

Your email address will not be published. Required fields are marked *