କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ପାଇଁ ଟିକାର ଗୋଟିଏ ଡୋଜ ଯଥେଷ୍ଟ!

Top Storise ଦେଶ- ବିଦେଶ

ନୂଆଦିଲ୍ଲୀ: ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ କରୋନାରୁ ଆରୋଗ୍ୟ ଲାଗ କରିଥିବା ରୋଗୀଙ୍କ ଲାଗି ଗୋଟିଏ ଡୋଜ ଟିକା ଯଥେଷ୍ଟ। ହାଇଦ୍ରାବାଦର ଏଆଇଜି ହସ୍ପିଟାଲ ପକ୍ଷରୁ ଏହି ରିପୋର୍ଟ ପ୍ରକାଶ ପାଇଛି। ହସ୍ପିଟାଲ ପକ୍ଷରୁ ହୋଇଥିବା ଏକ ଅଧ୍ୟୟନରେ କୁହାଯାଇଛି ଯେ କୋଭିଡରୁ ସୁସ୍ଥ ହୋଇଥିବା ରୋଗୀଙ୍କ ପାଇଁ ଟିକାର ଗୋଟିଏ ଡୋଜ ଯଥେଷ୍ଟ।

ଏହି ଅଧ୍ୟୟନ ନିକଟରେ ଇଣ୍ଟରନ୍ୟାସନାଲ ଜର୍ଣ୍ଣାଲ ଅଫ୍ ଇନଫେକ୍‌ସିଅସ୍‌ ଡିଜିଜ୍‌ରେ ପ୍ରକାଶିତ ହୋଇଥିଲା।

ଜାନୁଆରୀ ୧୬ ରୁ ଫେବୃଆରୀ ୫ ମଧ୍ୟରେ କୋଭିଶିଲ୍ଡ ଟିକା ନେଇଥିବା ୨୬୦ ସ୍ବାସ୍ଥ୍ୟ କର୍ମଚାରୀଙ୍କ ଉପରେ ଏଆଇଜି ହସ୍ପିଟାଲ ଅଧ୍ୟୟନ କରିଥିଲା। ଅଧ୍ୟୟନରୁ ଜଣାପଡିଛି ଯେ ଯେଉଁମାନେ କରୋନାରୁ ସୁସ୍ଥ ହୋଇଥିଲେ, ସେମାନଙ୍କଠାରେ ଗୋଟିଏ ମାତ୍ର ଟିକା ସାଧାରଣ କରୋନା ରୋଗୀଙ୍କ ଅପେକ୍ଷା ଅଧିକ ଆଣ୍ଟିବଡି ସୃଷ୍ଟି କରିପାରୁଛି।

ଗବେଷଣା ପରେ ଜଣାପଡ଼ିଛି ଯେ କରୋନାରୁ ସୁସ୍ଥ ହୋଇଥିବା ଲୋକମାନେ ସିଙ୍ଗଲ ଡୋଜ୍‌ ଟିକା ନେବା ପରେ ସେମାନଙ୍କ ଶରୀରରେ ଯଥେଷ୍ଟ ଭାବେ ଆଣ୍ଟିବଡି ବିକଶିତ ହେଉଛି। କିନ୍ତୁ କରୋନାରେ ଆକ୍ରାନ୍ତ ହୋଇ ନଥିବା ଲୋକମାନଙ୍କ ଶରୀରରେ ସିଙ୍ଗଲ ଡୋଜ୍‌ ନେବା ପରେ ସେଭଳି କୌଣସି ଲକ୍ଷଣ ଦେଖାଯାଉନି।ଏଆଇଜି ହସ୍ପିଟାଲର ଚେୟାରମ୍ୟାନ୍ ହ. ଡି ନାଗେଶ୍ୱର ରେଡ୍ଡୀ କହିଛନ୍ତି, “ତଥ୍ୟରୁ ଜଣାପଡିଛି ଯେ କୋଭିଡ-୧୯ ସଂକ୍ରମିତ ହୋଇଥିବା ଲୋକଙ୍କୁ ଦୁଇଟି ଡୋଜ ଟିକା ଗ୍ରହଣ କରିବା ଆବଶ୍ୟକ ନାହିଁ। ଗୋଟିଏ ମାତ୍ର ଡୋଜ ଦ୍ବାରା ଦୃଢ ଆଣ୍ଟିବଡି ଏବଂ ମେମୋରୀ ସେଲ ପ୍ରତିକ୍ରିୟା ଦୁଇଟି-ଡୋଜ ସହିତ ସମାନ ହୋଇପାରେ। ”

Leave a Reply

Your email address will not be published. Required fields are marked *