ଘଣ୍ଟାକରେ ଲଗାଇଦେଲେ ୧୦ଲକ୍ଷ ଗଛ

Top Storise ଦେଶ- ବିଦେଶ

ହାଇଦ୍ରାବାଦ: ମାତ୍ର ଘଣ୍ଟାକ ମଧ୍ୟରେ ଲଗାଇଦେଲେ ୧୦ଲକ୍ଷ ଗଛ। ତେଲେଙ୍ଗାନାର ରାଜ୍ୟସଭା ସାଂସଦ ସନ୍ତୋଷ କୁମାର ନେତୃତ୍ଵରେ ସ୍ଵେଚ୍ଛାସେବୀ, ସେଲିବ୍ରେଟି ଓ ସାଧାରଣ ଲୋକ ଏତେ କମ ସମୟ ମଧ୍ୟରେ ଏତେ ସଂଖ୍ୟକ ଗଛ ଲଗାଇ ବିଶ୍ଵରେକର୍ଡ ତିଆରି କରିଛନ୍ତି। ଏହା ପୂର୍ବରୁ ଏହି ରେକର୍ଡ ତୁର୍କି ନାମରେ ଥିଲା। ତୁର୍କିରେ ୨୦୧୯ ମସିହାରେ ଘଣ୍ଟାକ ମଧ୍ୟରେ ୩.୦୩ ଗଛ ଲଗାଯାଇଥିଲା।

ମିଆଓ୍ଵାକି ମଡେଲରେ ଗଛ ଲଗାଇବା ପାଇଁ ତେଲେଙ୍ଗାନାର ଏହି ପତିତ ଜମିକୁ ଚିହ୍ନଟ କରାଯାଇଥିଲା। ଗ୍ରିନ୍ ଇଣ୍ଡିଆ ଚ୍ୟାଲେଞ୍ଜକୁ ଗ୍ରହଣକରି ଏହି ଯୋଜନା ପ୍ରସ୍ତୁତ ହୋଇଥିଲା। ସୋସିଆଲ ମିଡିଆ ଓ ଅନ୍ୟ ପ୍ଲାଟଫର୍ମରୁ ଏ ସମ୍ପର୍କରେ ସୂଚନା ପାଇ ପ୍ରାୟ ୩୦ ହଜାର ଲୋକ ଏଥିରେ ଯୋଡ଼ିହୋଇଥିଲେ; ଏବଂ ଘଣ୍ଟାକ ମଧ୍ୟରେ ଯାହା କରିଦେଲେ ତାହା ବିଶ୍ଵ ରେକର୍ଡ ହୋଇଗଲା। ୨ଶହ ଏକର ପରିମିତ ଏ ସ୍ଥାନ ଖୁବ ଜଲଦି ଘଞ୍ଜ ଜଙ୍ଗଲରେ ପରିଣତ ହେବ ବୋଲି ଆଶା ରଖିଛନ୍ତି ସନ୍ତୋଷ କୁମାର

ଜାପାନୀ ଉଦ୍ଭିଦ ବିଜ୍ଞାନୀ ମିଆଓ୍ଵାକିଙ୍କ ନାମରେ ଏହି ମଡେଲ ପ୍ରସ୍ତୁତ ହୋଇଛି। ଖୁବ୍ କମ ସମୟ ମଧ୍ୟରେ କମ ଖର୍ଚ୍ଚରେ ଏକ ବିସ୍ତୃତ ଅଞ୍ଚଳରେ ଗଛ ଲଗାଇବା ପାଇଁ ଏହି ମଡେଲ ବେଶ ସଫଳ। ଏଥିରେ ରକ୍ଷଣାବେକ୍ଷଣା ଖର୍ଚ୍ଚ ବେଶୀ ହୁଏନାହିଁ। କମସମୟ ମଧ୍ୟରେ ଏକ ଅଞ୍ଚଳରେ ଘଞ୍ଚ ଜଙ୍ଗଲ ସୃଷ୍ଟି କରିହୁଏ। ଏବେ ସହର ବାହାରେ ଜଙ୍ଗଲ ସୃଷ୍ଟି କରିବା ପାଇଁ ବିଭିନ୍ନ ମ୍ୟୁନିସିପାଲିଟି, ଏନଏସି ଓ ନଗର ନିଗମ ଯୋଜନା କରୁଛନ୍ତି। ବିଭିନ୍ନ ସହରରେ ବନ ବିଭାଗ ସହ ସମନ୍ଵୟ ରଖି ଏହି ବନୀକରଣ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ଓଡ଼ିଶାର ମଧ୍ୟ ବିଭିନ୍ନ ସ୍ଥାନରେ ଏହି ମଡେଲକୁ ଆଧାର କରି ବନୀକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।

Leave a Reply

Your email address will not be published. Required fields are marked *