ସିଏମ୍ ରିଲିଫ ପାଣ୍ଠିକୁ ଓଏସବିସିଏଲ୍ ଦେଲା ୫ କୋଟି

Top Storise ରାଜ୍ୟ

ଭୁବନେଶ୍ଵର: କରୋନା ମୁକାବିଲା ପାଇଁ ଓଡ଼ିଶା ରାଜ୍ୟ ପାନୀୟ ନିଗମ ଲିମିଟେଡ (ଓଏସବିସିଏଲ୍) ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୫ କୋଟି ଟଙ୍କା ପ୍ରଦାନ କରାଯାଇଛି। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା ଏହି ଚେକ୍ ଗ୍ରହଣ କରିଥିଲେ। ପାନୀୟ ନିଗମ ଲିମିଟେଡର ଚେୟାରମ୍ୟାନ ତଥା ଅବକାରୀ ବିଭାଗର ପ୍ରମୁଖ ସଚିବ ସୁଶୀଲ କୁମାର ଲୋହାନୀ ଏହି ଚେକ୍ ପ୍ରଦାନ କରିଥିବା ବେଳେ ସେଠାରେ ଅନ୍ୟମାନଙ୍କ ମଧ୍ୟରେ ନିଗମର ପରିଚାଳନା ନିର୍ଦ୍ଦେଶକ ସରୋଜ କୁମାର ସେଠୀ ମଧ୍ୟ ଉପସ୍ଥିତ ଥିଲେ। ଓଏସବିସିଏଲର ଏହି ପଦକ୍ଷେପକୁ ମୁଖ୍ୟ ସଚିବ ପ୍ରଶଂସା କରିବା ସହ ପୂର୍ବବର୍ଷ ମଧ୍ୟ ନିଗମ ୧୫ କୋଟି ଟଙ୍କା ରିଲିଫ ପାଣ୍ଠିକୁ ଦେବା ସମ୍ପର୍କରେ ସୂଚନା ଦେଇଥିଲେ। ଏହା ସହିତ ଡିଭିଡେଣ୍ଡ ବାବଦକୁ ଓଏସବିସିଏଲ୍ ୨୦୧୯-୨୦ ଆର୍ଥିକ ବର୍ଷରେ ୭,୫୮,୦୧,୩୨୬ କୋଟି ଟଙ୍କା ପ୍ରଦାନ କରିଥିଲା। ଏହା ଛଡ଼ା ସ୍ଵାସ୍ଥ୍ୟ ବିଭାଗକୁ ଏଏଲ୍ଏସ୍ ଆମ୍ବୁଲାନ୍ସ କିଣିବା ପାଇଁ ୧.୪୩ କୋଟି ଟଙ୍କା ଦେଇଥିବାରୁ ମୁଖ୍ୟ ସଚିବ ଧନ୍ୟବାଦ ଦେଇଥିଲେ।

Leave a Reply

Your email address will not be published. Required fields are marked *