ପଦ୍ମଶ୍ରୀ ନନ୍ଦ ସାର ଅସୁସ୍ଥ, ଯାଜପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତି

Top Storise ରାଜ୍ୟ

ଯାଜପୁର : ଅସୁସ୍ଥ ହୋଇପଡ଼ିଛନ୍ତି ପଦ୍ମଶ୍ରୀ ନନ୍ଦ ସାର । ସୁକିନ୍ଦା ବ୍ଲକ କନ୍ତିରା ଗାଁର ନନ୍ଦ କିଶୋର ପୃଷ୍ଟିଙ୍କୁ ଗୁରୁତର ଅବସ୍ଥାରେ ଯାଜପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତି କରାଯାଇଛି। ନନ୍ଦ ସାର କିଛି ଦିନ ଧରି ଜ୍ୱରରେ ପିଡିତ ଥିଲେ। ଆଜି ହଠାତ୍ ତାଙ୍କ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି। ତେବେ ଏବେ ସାରଙ୍କ ଅବସ୍ଥା ସ୍ଥିର ରହିଛି। ତାଙ୍କ ଛାତିର ଏକ୍ସରେ ମଧ୍ୟ କରାଯାଇଛି ।

ରିପୋର୍ଟ ଆସିବା ପରେ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ଜଣାପଡ଼ିବ ବୋଲି ଡାକ୍ତର କହିଛନ୍ତି। ଯଦି ଆବଶ୍ୟକତା ପଡେ ନନ୍ଦ ସାରଙ୍କୁ ଅନ୍ୟ କୌଣସି ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ ବୋଲି ଡାକ୍ତର କହିଛନ୍ତି । ଶତାୟୁ ନନ୍ଦ ସାର ଚଳିତ ମାସ ଦ୍ୱିତୀୟ ସପ୍ତାହରେ ରାଷ୍ଟ୍ରପତି ଭବନ ଯାଇ ରାଷ୍ଟ୍ରପତିଙ୍କ ଠାରୁ ପଦ୍ମଶ୍ରୀ ପୁରଷ୍କାର ଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *