ଭାରତ ସହ ପଙ୍ଗା ପାକିସ୍ତାନକୁ ମହଙ୍ଗା ପଡ଼ିଲା। ମୁଣ୍ଡ ବାଡେଇ କାନ୍ଦିବା ଛଡ଼ା ଆଉ କିଛି ବାଟ ନାହିଁ। ତଥାପି ମୁହଁ ଟାଣ କରି ଶତ୍ରୁତା କରୁଛି ଧୋକବାଜ ପାକିସ୍ତାନ।
ଭାରତର ରାସ୍ତା ଅବରୋଧ ପାକିସ୍ତାନକୁ ବଡ଼ ମହଙ୍ଗା ପଡ଼ିଛି । ଏଥିପାଇଁ ୪୧୦ କୋଟି ଟଙ୍କାର କ୍ଷତି ସହିବାକୁ ପଡିଛି । ଯାହାର ମୂଲ୍ୟ ଭାରତୀୟ ଟଙ୍କାରେ ୧୨୭ କୋଟି ।
ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଆଉ ପାକିସ୍ତାନ ସଂପର୍କ ଆଗ ଭଳି ନାହିଁ। ସିନ୍ଧୁ ଜଳ ଚୁକ୍ତିକୁ ନିଲମ୍ବିତ କରାଯିବାରୁ ପାକିସ୍ତାନ ଭାରତୀୟ ବିମାନଗୁଡ଼ିକ ପାଇଁ ନିଜର ଆକାଶ ମାର୍ଗ ବନ୍ଦ କରିଦେଇଥିଲା । ଏଥିରେ ଲାଭ ଅପେକ୍ଷା ପାକକୁ କ୍ଷତି ସହିବାକୁ ପଡ଼ିଛି। ୨ ମାସ ମଧ୍ୟରେ ଏତେ ବଡ଼ କ୍ଷତି ସହିଛି ଯେ ପାକିସ୍ତାନ ନା କହି ପାରୁଛି ନା କାନ୍ଦି ପାରୁଛି।
ଏହି କ୍ଷତି ଏପ୍ରିଲ ୨୪ରୁ ଜୁନ୍ ୩୦, ୨୦୨୫ ମଧ୍ୟରେ ହୋଇଛି । ଯେତେବେଳେ ଭାରତୀୟ ବିମାନ ପାଇଁ ଆକାଶ ମାର୍ଗ ବନ୍ଦ କରାଯାଇଥିଲା । ପ୍ରାୟ ୧୦୦-୧୫୦ ଭାରତୀୟ ବିମାନ ପ୍ରଭାବିତ ହୋଇଥିଲେ ।
ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି ଆକାଶ ମାର୍ଗ ଉପରେ ପ୍ରତିବନ୍ଧକ ଲଗାଇବା କେନ୍ଦ୍ର ସରକାରଙ୍କ ଅଧିକାର କ୍ଷେତ୍ରରେ ଆସେ । ଯଦିଓ ଆର୍ଥିକ କ୍ଷତି ହୁଏ, ତଥାପି ଆର୍ଥିକ ସ୍ୱାର୍ଥ ଅପେକ୍ଷା ଜାତୀୟ ପ୍ରତିରକ୍ଷାକୁ ପ୍ରାଥମିକତା ଦିଆଯିବ।
୨୦୧୯ରେ ଏହିଭଳି ଆକାଶ ମାର୍ଗ ବନ୍ଦ ହେବା ଫଳରେ ୨୩୫ କୋଟି ଟଙ୍କାର କ୍ଷତି ହୋଇଥିଲା। ଫେବୃଆରୀ ୨୦୧୯ରେ ଭାରତୀୟ ବାୟୁସେନା ବାଲାକୋଟରେ ଜୈଶ-ଏ-ମହମ୍ମଦ (ଜେଇଏମ) ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରିବା ପରେ ପାକିସ୍ତାନ ଭାରତ ପାଇଁ ଆକାଶ ମାର୍ଗ ବନ୍ଦ କରିଦେଇଥିଲା।
ପହଲଗାମ୍ ଆତଙ୍କୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ଉଭୟେ ପରସ୍ପରଙ୍କ ପାଇଁ ଆକାଶ ମାର୍ଗ ବନ୍ଦ ରଖିଛନ୍ତି। କ୍ଷତି ସହୁଛି ତଥାପି ସିଧୁରୁନି ପାକିସ୍ତାନ।

