ପଞ୍ଚାନନ ସାମଲଙ୍କୁ ମିଳିଲା ସୃଜନ ସମ୍ମାନ

Top Storise ରାଜ୍ୟ

ଭୁବନେଶ୍ୱର : ‘ଇଷ୍ଟର୍ଣ୍ଣ ଫାଉଣ୍ଡେସନ ଅଫ ଆର୍ଟ ଆଣ୍ଡ କଲଚର ଆକ୍ଟ କନେକ୍ଟ ରିଫେକ୍ଟ -୪’ର ଷଷ୍ଠ ବାର୍ଷିକ ଆନ୍ତର୍ଜାତୀୟ କଳା ପ୍ରଦର୍ଶନୀ ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନଲାଇନ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ଏହି ଭରଚୁଆଲ ଆର୍ଟ ପ୍ରଦର୍ଶନୀରେ ଦେଶ ଓ ବିଦେଶରୁ ୩୦୫ କଳାକାରଙ୍କ ୫୫୬ଟି କାଳାକୃତି ପ୍ରଦର୍ଶିତ ହୋଇଥିଲା।

ଏହି ଅବସରରେ ଓଡ଼ିଶା ଲଳିତ କଳା ଏକାଡେମୀର ସଚିବ ତଥା ବିଶିଷ୍ଟ ଶିଳ୍ପୀ ପଞ୍ଚାନନ ସାମଲଙ୍କୁ ସୃଜନ ସମ୍ମାନ ପ୍ରଦାନ କରାଯାଇଛି। ଏହା ସହ ଅନ୍ୟ ୨୭ ଜଣ କଳାକାରଙ୍କୁ ମଧ୍ୟ ପୁରସ୍କାର ପ୍ରଦାନ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ, ନେପାଳର କାଲାବଟି ଆର୍ଟ ଫାଉଣ୍ଡେସନର ଚେୟାରମେନ ଭୀମ ପ୍ରସାଦ ଶର୍ମା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ।

ଅନୁଷ୍ଠାନର ସଦସ୍ୟ କେଶବ ବର୍ଣ୍ଣୋତି ଓ ସ୍ମିତା ପଟେଲଙ୍କ ପରିଚାଳନାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

Leave a Reply

Your email address will not be published. Required fields are marked *