ପାନ୍ନା ଟାଇଗର୍‌ ରିଜର୍ଭ; ୧୦ ଦିନରେ ୪ ବାଘ ମୃତ

Top Storise ଦେଶ- ବିଦେଶ

ଭୋପାଳ: ମଧ୍ୟପ୍ରଦେଶର ପାନ୍ନା ଟାଇଗର ରିଜର୍ଭରେ ଗୋଟିଏ ରେଡିଓ କୋଲାରେଡ୍‌ ଟାଇଗର୍‌ର ମୃତଦେହ ମିଳିଥିବା ରବିବାର ଦିନ ବନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ଏହାକୁ ମିଶାଇ ୧୦ ଦିନ ମଧ୍ୟରେ ରାଜ୍ୟରୁ ଏହା ହେଉଛି ଚତୁର୍ଥ ବାଘ ମୃତ୍ୟୁ।

ଅଧିକାରୀ କହିଛନ୍ତି ଯେ ଭୋପାଳଠାରୁ ୩୫୦ କିଲୋମିଟର ଦୂରରେ ଅବସ୍ଥିତ ପାନ୍ନା ଟାଇଗର ରିଜର୍ଭର P-213 (32) ନାମକ ଏହି ବାଘୁଣୀର ଶବ ମିଳିଥିଲା।

ଶନିବାର ଦିନ ଜଙ୍ଗଲ ଅଧିକାରୀମାନେ ମୃତଦେହ ସମ୍ପର୍କରେ ସୂଚନା ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ସେଠାରେ କୌଣସି ବେଆଇନ କାର୍ଯ୍ୟକଳାପର ସୁରାକ୍‌ ପାଇ ନଥିବା ଅଧିକାରୀ କହିଛନ୍ତି।

ପ୍ରାକୃତିକ କାରଣରୁ ବାଘର ମୃତ୍ୟୁବରଣ କରିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *