କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଲେ ଓଡିଶାର ପରେଶ ପଟେଲ

Top Storise କ୍ରୀଡ଼ା ରାଜ୍ୟ

ଭୁବନେଶ୍ୱର: ଓଡିଶାର ପୂର୍ବତନ ରଣଜୀ ଖେଳାଳି ପରେଶ ପଟେଲ ଶନିବାର କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ୩୫ ବର୍ଷୀୟ ପରେଶ ଓଡିଶା ପକ୍ଷରୁ ରଣଜୀ ଖେଳିବା ବ୍ୟତୀତ ଇଷ୍ଟ ଜୋନ, ଦେଓଧର ଟ୍ରଫି ଓ ଚ୍ୟାଲେଞ୍ଜର ଟ୍ରଫିରେ ଖେଳିଛନ୍ତି । କ୍ୟାରିୟରରେ ସେ ୯ ପ୍ରଥମ ଶ୍ରେଣୀ ମ୍ୟାଚ, ୧୧ ଲିଷ୍ଟ ଏ ଓ ୮ ଟି୨୦ ମ୍ୟାଚ ଖେଳିଛନ୍ତି ।

୨୦୦୫ରେ ସେ ଗୋଆ ବିପକ୍ଷରେ ପ୍ରଥମ ଶ୍ରେଣୀ କ୍ରିକେଟରେ ପଦାର୍ପଣ କରିଥିଲେ । ଏହା ପରେ ୨୦୦୪ରେ ଲିଷ୍ଟ ଏ ଏବଂ ୨୦୦୭ରେ ଝାଡଖଣ୍ଡ ବିପକ୍ଷରେ ଟି୨୦ ମ୍ୟାଚରେ ପଦାର୍ପଣ କରିଥିଲେ । ପରେଶ ବାମହାତୀ ବୋଲିଂ ଏବଂ ବାମହାତୀ ବ୍ୟାଟିଂ କରିଥାନ୍ତି ।

Leave a Reply

Your email address will not be published. Required fields are marked *