ଖୁବଶୀଘ୍ର ମାଆ ହେବେ ପରିଣୀତି ! ସୋସିଆଲ ମିଡ଼ିଆରେ ଖୁସିଖବର ଦେଲେ ବଲିଉଡ ଅଭିନେତ୍ରୀ । ଚାରିଆଡ଼ୁ ତାଙ୍କ ପାଇଁ ଶୁଭେଛାର ସୁଅ ଛୁଟୁଛି । ପରିଣୀତି ଚୋପ୍ରା ସ୍ୱାମୀ ରାଘବ ଚଢାଙ୍କ ସହ ଗର୍ଭବତୀ ହେବାର ଘୋଷଣା ସୋସିଆଲ ମିଡ଼ିଆରେ କରିଛନ୍ତି। କହିଛନ୍ତି ସେମାନେ ଦୁଇରୁ ତିନି ହେବାକୁ ଯାଉଛନ୍ତି ।
ପରିଣୀତି ଇନଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରିଛନ୍ତି, ଯେଉଁଥିରେ ଏକ ସ୍ୱତନ୍ତ୍ର କେକ୍ ଦେଖିବାକୁ ମିଳୁଛି । ଏହି କେକ୍ ଉପରେ ଛୋଟ ଛୋଟ ପାଦଚିହ୍ନ ଅଛି ଏବଂ ଏଥିରେ ‘1+1=3’ ଲେଖାଯାଇଛି…

ଏହା ବ୍ୟତୀତ ସେ ତାଙ୍କ ପୋଷ୍ଟରେ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି, ଯେଉଁଥିରେ ସେ ତାଙ୍କ ସ୍ୱାମୀ ରାଘବ ଚଢାଙ୍କ ସହ ବିଦେଶରେ ବୁଲୁଥିବାର ଦେଖାଯାଉଛି । ଉଭୟ ପରସ୍ପରର ହାତ ଧରି ଚାଲୁଥିବାର ଦେଖାଯାଉଛି ।
ଏହି ପୋଷ୍ଟ ସହିତ ସେ କ୍ୟାପସନରେ ଲେଖିଛନ୍ତି, ଆମର ଛୋଟ ଦୁନିଆ ବାଟରେ ଅଛି … ଆମକୁ ଆଶୀର୍ବାଦ କରନ୍ତୁ ।

