୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ବୁଷ୍ଟର ଡୋଜ୍‌ ପାଇଁ କୌଣସି ଡାକ୍ତରୀ ପ୍ରମାଣପତ୍ରର ଆବଶ୍ୟକତା ନାହିଁ

Top Storise ଦେଶ- ବିଦେଶ

ନୂଆଦିଲ୍ଲୀ: ମଙ୍ଗଳବାର କେନ୍ଦ୍ର ସରକାର କହିଛନ୍ତି ଯେ ବର୍ତ୍ତମାନ ବୁଷ୍ଟର ଡୋଜ୍‌ ନେବାବେଳେ କୌଣସି ସାର୍ଟିଫିକେଟ୍ ଦେଖାଇବାର ଆବଶ୍ୟକତା ନାହିଁ। ଏହା ପୂର୍ବରୁ କୁହାଯାଇଥିଲା ଯେ ୬୦ ବର୍ଷରୁ ଅଧିକ ବୟସ୍କ ସମସ୍ତ ବ୍ୟକ୍ତିଙ୍କୁ ବୁଷ୍ଟର ଡୋଜ୍‌ ପାଇଁ ଡାକ୍ତରୀ ପ୍ରମାଣପତ୍ର ପ୍ରସ୍ତୁତ କରିବାକୁ ପଡିବ। ବର୍ତ୍ତମାନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ବୁଷ୍ଟର ଡୋଜ ନେବାବେଳେ ଏପରି ସାର୍ଟିଫିକେଟ୍ ଦେଖାଇବାର କୌଣସି ଆବଶ୍ୟକତା ନାହିଁ।

କିଛି ଦିନ ପୂର୍ବରୁ ସରକାର ସ୍ୱାସ୍ଥ୍ୟ କର୍ମୀ ,ଫ୍ରଣ୍ଟଲାଇନ କର୍ମଚାରୀ ଏବଂ ୬୦ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ “ବୁଷ୍ଟର ଡୋଜ୍” (ତୃତୀୟ ଡୋଜ) ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ, ଏହି ଯୋଗ୍ୟ ବ୍ୟକ୍ତିମାନେ ଦ୍ୱିତୀୟ ଡୋଜ୍ ଗ୍ରହଣ କରିବାର ୯ ମାସ କିମ୍ବା ୩୯ ସପ୍ତାହ ହୋଇଥିବା ଦରକାର।

Leave a Reply

Your email address will not be published. Required fields are marked *