ଓଡ଼ିଶାରେ ମୁଣ୍ଡପିଛା ଋଣ ଭାର ୨୨ହଜାର ୪୨ଟଙ୍କା

Top Storise ରାଜ୍ୟ

ଭୁବନେଶ୍ୱର: ଓଡ଼ିଶାରେ ମୁଣ୍ଡପିଛା ଋଣ ଭାର ୨୨ହଜାର ୪୨ଟଙ୍କା ରହିଛି। ରାଜ୍ୟ ସରକାରଙ୍କ ମୁଣ୍ଡପିଛା ଋଣଭାର ବୃଦ୍ଧି ପାଇନାହିଁ। ମୁଣ୍ଡପିଛା ଆୟ ଅପେକ୍ଷା ଋଣ କମ୍‍ ରହିଛି ବୋଲି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି। ବିଧାୟକ ତାରାପ୍ରସାଦ ବାହିନୀପତି, ଦେବୀପ୍ରସାଦ ମିଶ୍ର, ଅମରପ୍ରସାଦ ଶତପଥୀ, ମୁକେଶ ମହାଲିଙ୍ଗଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ ଏହା କହିଛନ୍ତି। ତେବେ ଏହି ତଥ୍ୟ ୨୦୨୨ ମାର୍ଚ୍ଚ ପର୍ଯ୍ୟନ୍ତ ବୋଲି ମନ୍ତ୍ରୀ କହିଛନ୍ତି।

ମନ୍ତ୍ରୀ କହିଛନ୍ତି ରାଜ୍ୟ ଅର୍ଥନୈତିକ ଅବସ୍ଥାରେ ଅଭିବୃଦ୍ଧି ହେବ ସହ ରାଜ୍ୟର ଋଣ ଧାରଣ କ୍ଷମତା ଓ ମୁଣ୍ଡପିଛା ଋଣ ବୃଦ୍ଧି ପାଇବା ସ୍ୱାଭାବିକ। ତେବେ ରାଜ୍ୟରେ ୨୦୨୨ ମାର୍ଚ୍ଚ ମାସ ସୁଦ୍ଧା ମୁଣ୍ଡପିଛା ଋଣ ଭାର ୨୨ହଜାର ୪୨ଟଙ୍କା ଥିବାବେଳେ ମୁଣ୍ଡପିଛା ଆୟ ୧ଲକ୍ଷ ୨୮ହଜାର ୮୭୩ ଟଙ୍କା ରହିଛି। ୧୯୯୯ରୁ ୨୦୦୦ ମସିହା ମଧ୍ୟରେ ଏହି ମୁଣ୍ଡପିଛା ଋଣ ୪ହଜାର ୯୧୮ ଟଙ୍କା ରହିଥିଲାବେଳେ ମୁଣ୍ଡପିଛା ଆୟ ୧୩ହଜାର ୧୨ ଟଙ୍କା ଥିଲା । ବର୍ତ୍ତମାନ ମୁଣ୍ଡପିଛା ଆୟ ୫ ଦଶମିକ ୮ ଗୁଣ ବୃଦ୍ଧି ପାଇଛି ବୋଲି ମନ୍ତ୍ରୀ ଗୃହରେ ସୂଚନା ଦେଇଛନ୍ତି।

ସେହିଭଳି ୧୯୯୯ ମସିହା ତୁଳନାରେ ୨୦୨୨ ସୁଦ୍ଧା ରାଜ୍ୟର ମୁଣ୍ଡ ପିଛା ଆୟ ୫.୮ ଗୁଣ ବୃଦ୍ଧି ପାଇଛି । ରାଜ୍ୟଠୁ କେନ୍ଦ୍ରର ଋଣଭାର ଅଧିକ ରହିଛି । କେନ୍ଦ୍ରର ବଜେଟ ଅନୁଯାୟୀ ୨୫ ପ୍ରତିଶତ ଋଣଭାର ରହିଛି । ତେଣୁ ଆର୍ଥିକ ପରିଚାଳନାରେ ଓଡ଼ିଶା ଏକ ନମ୍ବର ବୋଲି ବିଧାନସଭା ବଜେଟ୍ ପ୍ରଶ୍ନକାଳରେ ଉତ୍ତର ରଖିଛନ୍ତି ନିରଞ୍ଜନ ପୂଜାରୀ । ୨୦୦୫-୦୬ ବର୍ଷଠାରୁ କ୍ରମାଗତ ଭାବରେ ରାଜସ୍ୱ ବଳକା ସ୍ଥିତି ବଜାୟ ରହିଅଛି ଏବଂ ସମସ୍ତ ଋଣ ପଂଜିପାଇଁ ଖର୍ଚ୍ଚ ପାଇଁ ବ୍ୟବହୃତ ହେଉଛି। ସେହିପରି ରହିଥିବା ଋଣ ପରିଶୋଧ କରିବା ପାଇଁ ରାଜ୍ୟ ସରକାର ନିମ୍ନଲିଖିତ ପଦକ୍ଷେପ ନେଉଥିବା ସୂଚନା ଦେଇଛନ୍ତି।

କ) ରାଜସ୍ବ ବଳକା ସୃଷ୍ଟିକାରୀ ଋଣ ଉପରେ ଥିବା ନିର୍ଭରଶୀଳତାକୁ ହ୍ରାସ କରିଛନ୍ତି।

ଖ) ଆଥିକ ବର୍ଷ ୨୦୦୬-୦୭ ରୁ ୨୦୧୩-୧୪ ଏବଂ ୨୦୨୧-୨୨ ରୁ ଏଯାବତ ଖୋଲା ବଜାରରୁ କୌଣସି

ଋଣ ଆହରଣ କରିନାହାନ୍ତି।

ଗ) ଉଚ୍ଚ ସୁଧହାର ବିଶିଷ୍ଟ ଋଣକୁ ଆଗୁଆ ପୈଠ କରିଛନ୍ତି।

ଘ) ଜାତୀୟ ସ୍ଵଳ୍ପ ସଞ୍ଚୟ ପାଣ୍ଠିରୁ ୨୦୧୬-୧୭ ଆଥିକ ବର୍ଷ ଠାରୁ ଏଯାବତ କୌଣସି ଋଣ ଆଣି ନାହାନ୍ତି।

Leave a Reply

Your email address will not be published. Required fields are marked *