ପିହୁ ନିଖୋଜ ଘଟଣା: ତଦନ୍ତ ପ୍ରକ୍ରିୟା ନେଇ ଅସନ୍ତୋଷ ପ୍ରକାଶ କଲେ ମା’

Top Storise ରାଜ୍ୟ

ଯାଜପୁର: ପିହୁ ଶିଶୁ ନିଖୋଜ ଘଟଣା। ୧୪ମାସ ପରେବି ମିଳୁନି ପତ୍ତା। ଏବେବି ପିହୁର ମା’ ଝିଅର ଫେରିବା ବାଟକୁ ଚାହିଁ ବସିଛନ୍ତି। ମାତ୍ର ଏପର୍ଯ୍ୟନ୍ତ ପିହୁର କୌଣସି ସନ୍ଧାନ ମିଳିନଥିବାବେଳେ ତଦନ୍ତ ପ୍ରକ୍ରିୟା ନେଇ ପିହୁର ମା’ ଅସନ୍ତୋଷ ପ୍ରକାଶ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନିଜ ଦୁଃଖ ଜଣାଇଛନ୍ତି ପିହୁଙ୍କ ମା’।

ଅଗଷ୍ଟ ୯, ୨୦୨୦। ନିଖୋଜ ହୋଇଥିଲା ପିହୁ। ମାତ୍ର ବର୍ଷେ ୨ମାସ ପରେ ବି ଏଯାଏଁ ପିହୁର ସନ୍ଧାନ ମିଳିନି। ଉଚ୍ଛପଦସ୍ତ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କୌଣସି ନ୍ୟାୟ ମିଳିପାରିନି। ଜାତୀୟ ମାନବାଧିକାରଙ୍କ ଦ୍ୱାରସ୍ଥ ହୋଇଥିଲେ। କମିଶନ୍ ପକ୍ଷରୁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କୁ ୪ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ମାତ୍ର ୪ସପ୍ତାହ ଯାଇ ୮ସପ୍ତାହ ହେଲାଣି। ଏପର୍ଯ୍ୟନ୍ତ ପୋଲିସ୍ ଡିଜି ରିପୋର୍ଟ ଦାଖଲ କଲେନି। ଯାହାକୁ ନେଇ ପରିବାର ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଥିପାଇଁ ବାଧ୍ୟ ହୋଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖି ଦୁଃଖ ଜଣାଇଛନ୍ତି ପିହୁଙ୍କ ମା’। ଶୀଘ୍ର ପିହୁକୁ ଖୋଜିବା ପାଇଁ ବ୍ୟବସ୍ଥା କରିବା ପାଇଁ ଅନୁରୋଧ କରିଛନ୍ତି।

ସୂଚନା ଅନୁଯାୟୀ, ବିଞ୍ଝାରପୁର ଥାନା ମଧୁସୂଦନପୁର ଗାଁରୁ ନିଜ ମାମୁ ଘରୁ ଶିଶୁ କନ୍ୟା ଖେଳୁଥିବା ସମୟରେ ନିଖୋଜ ହୋଇଥିଲେ।

Leave a Reply

Your email address will not be published. Required fields are marked *