ପ୍ରତ୍ୟେକ ଗଛର କିଛି ନା କିଛି ଉପକାରିତା ଥାଏ। ନିମ୍ବ ଗଛର ବି ଅନେକ ଫାଇଦା ରହିଥାଏ । ଆମ ଜୀବନରେ ସକାରାତ୍ମକ ପ୍ରଭାବ ପକାଇବା ସହ ଅନେକ ସମସ୍ୟା ଦୂର କରିଥାଏ ।
ଆପଣ ଜାଣିଛନ୍ତି କି ନିମ୍ବଗଛର ଜ୍ୟୋତିଷ ଶାସ୍ତ୍ରରେ ଅନେକ ମହତ୍ତ୍ୱ ରହିଛି।
ଘରର ଦକ୍ଷିଣ ଦିଗରେ ନିମ୍ବ ଗଛ ଲଗାନ୍ତୁ ଏବଂ ତାର ଯତ୍ନ କରନ୍ତୁ। ଏହି ଦିଗରେ ନିମ୍ବ ଗଛ ଲଗାଇବା ଦ୍ଵାରା ମଙ୍ଗଳଦେବ ଖୁସି ହୁଅନ୍ତି। ଏହି ନିମ୍ବ ଗଛର ସେବା କରିବା ଦ୍ୱାରା ଜୀବନରେ କେବେ ବି ଅମଙ୍ଗଳ ଆସିନଥାଏ।
ନିମ୍ବ ଗଛ ଲଗାଇବା ଦ୍ୱାରା ବ୍ୟକ୍ତି କୌଣସି ପ୍ରକାର ରୋଗରେ ପଡିନଥାଏ। ଯଦି ଆପଣ କୌଣସି ସଙ୍କଟରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି କିମ୍ବା ନିରୋଗ ରହିବାକୁ ଚାହୁଛନ୍ତି, ତେବେ ଏହାକୁ ଘରର ଦକ୍ଷିଣ ଦିଗରେ ଲଗାନ୍ତୁ।
ନିମ୍ବ ବୃକ୍ଷକୁ ଘରର ବାୟୁ କୋଣରେ ଲଗାଇବା ଦ୍ୱାରା ଅତ୍ୟନ୍ତ ଶୁଭଫଳ ମିଳିଥାଏ। ଆସୁଥିବା ବିପଦ ବି ବାଟମୋଡ଼ି ଚାଲିଯାଏ।
ଯଦି ଆପଣଙ୍କ ଜନ୍ମ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ହୋଇଛି, କିମ୍ବା ଆପଣଙ୍କ ରାଶି ମକର କିମ୍ବା କୁମ୍ଭ , ତେବେ ନିମ୍ବ ଗଛ ଲଗାନ୍ତୁ । ଏହା ଆପଣଙ୍କୁ ଅନେକ ଶୁଭ ଫଳ ଦେବ।
ଘର ପାଖରେ ନିମ୍ବ ଗଛ ଲଗାଇବା ଦ୍ୱାରା ହନୁମାନଙ୍କ କୃପା ମିଳିଥାଏ। ଆପଣଙ୍କ ଉପରେ ପ୍ରଭୁ ହନୁମାନଙ୍କ ଆଶୀର୍ବାଦ ରହିବ। ସବୁ କାମ ସଫଳ ହେବ।
ଜ୍ୟୋତିଷ ଶାସ୍ତ୍ରରେ ନିମ୍ବ ଗଛର ସମ୍ପର୍କ ଶନି ଏବଂ କେତୁ ସହିତ ଜଡିତ ରହିଥାଏ। ଏଥିପାଇଁ ଦୁଇଟି ଗ୍ରହର ଶାନ୍ତି ପାଇଁ ଉଚିତ ଦିଗରେ ନିମ୍ବ ଗଛ ଲଗାନ୍ତୁ। ଦେଖିବେ କିଭଳି ଆପଣଙ୍କ ସବୁ ସମସ୍ୟା ଦୂର ହେବ।

