ନୂଆଦିଲ୍ଲୀ : ଆଜିର ଏଇ ମହଙ୍ଗା ଦୁନିଆରେ ସବୁକିଛି କିଣା ପଡିଲାଣି । ପାଣିଠାରୁ ନେଇ ବିଜୁଳି ପର୍ଯ୍ୟନ୍ତ, ସବୁ ପାଇଁ ଦେୟ ବାଧ୍ୟତାମୂଳକ। ହେଲେ ଗାଜିଆବାଦର ଇନ୍ଧିରାପୁରମରେ ଗତ ଦୁଇ ବର୍ଷ ହେଲା ଚାଲିଛି ଏକ ନିଆରା ଫୁଟପାଥ୍ ସ୍କୁଲ୍ । ଯେଉଁଠି ୪୦ ଜଣ ପିଲା ପଢିବାକୁ ଆସିଥାନ୍ତି । ଏଠାରେ ପିଲାଙ୍କୁ ପଢାପଢି ସହ ଖାଇବା, ୟୁନିଫର୍ମ ଓ ବିଭିନ୍ନ ପଢା ସାମଗ୍ରୀ ମଧ୍ୟ ମିଳିଥାଏ । କିନ୍ତୁ ଅଜବ କଥା ହେଉଛି ଏସବୁ ଜିନିଷ ପାଇଁ ପିଲାମାନଙ୍କୁ ଏଥିପାଇଁ ଏକ ସ୍ୱତନ୍ତ୍ର ଦେୟ ଜମା କରିବାକୁ ପଡିଥାଏ । ତାହା ହେଉଛି ଅଦରକାରୀ ପ୍ଲାଷ୍ଟିକ୍ ବୋତଲ ।ଏଠାରେ ପିଲାଙ୍କୁ ଶିକ୍ଷା ସହ ପରିବେଶ ସଂରକ୍ଷଣ ବିଷୟରେ ଜ୍ଞାନ ଦିଆଯାଇଥାଏ । ପିଲାମାନେ ୪୦୦୦ଇକୋ ବ୍ରିକ୍ସ ତିଆରି କରି ବହୁ ମାତ୍ରାରେ ପ୍ଲାଷ୍ଟିକ୍ ଭୂତଳକୁ ଯିବାରୁ ରକ୍ଷା କରିପାରିଛନ୍ତି ।ଏହି ସ୍କୁଲରେ ବଡ ପିଲାମାନଙ୍କ ଠାରୁ ମାସକୁ ୪ଟି ଓ ସାନମାନଙ୍କ ଠାରୁ ୨ଟି ଇକୋ-ବ୍ରିକ୍ସ ନେଇଥାନ୍ତି । ସେ ପିଲାମାନଙ୍କୁ ପରିବେଶ ପ୍ରତି ସଚେତନ ରହିବାକୁ ସଜାଗ କରିଥାନ୍ତି । ସେ ପିଲାଙ୍କ ଚିନ୍ତାଧାରାରେ ମଧ୍ୟ ପରିବର୍ତ୍ତନ ଆଣି ପାରିଛନ୍ତି ।
