ପ୍ୟାରିସରେ ଭାରତୀୟ ସମ୍ପ୍ରଦାୟ ସହିତ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

Top Storise ଦେଶ- ବିଦେଶ

ପ୍ୟାରିସ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ୟାରିସର ଲା ସେନ୍ ମ୍ୟୁଜିକାଲରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ ବହୁମୁଖୀ ଭାରତ-ଫ୍ରାନ୍ସ ରଣନୀତିକ ଭାଗିଦାରୀ ଉପରେ ଆଲୋକପାତ କରିଥିଲେ ଯାହା ୨୫ତମ ବାର୍ଷିକୀ ପାଳନ କରୁଛି। ପ୍ରଧାନମନ୍ତ୍ରୀ ମଧ୍ୟ ଫ୍ରାନ୍ସର ମାର୍ସେଲରେ ନୂତନ କନସୁଲେଟ୍ ଖୋଲିବା ବିଷୟରେ ଘୋଷଣା କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ଫ୍ରାନ୍ସରେ ଭାରତୀୟ ସମ୍ପ୍ରଦାୟର ଅବଦାନ ଉପରେ ଅଲୋକପାତ କରିଥିଲେ, ଯେଉଁମାନେ ଭାରତ-ଫ୍ରାନ୍ସ ସହଭାଗୀତାର ଏକ ଦୃଢ ମୂଳଦୁଆ ଗଠନ କରିଥିଲେ। ସୂଚନା ଥାଉକି ନରେନ୍ଦ୍ର ମୋଦୀଙ୍କୁ ଆଜି ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ଫ୍ରାନ୍ସର ସର୍ବୋଚ୍ଚ ପୁରସ୍କାର ଗ୍ରାଣ୍ଡ କ୍ରସ୍ ଅଫ୍ ଦି ଲେଜିଅନ୍ ଅଫ୍ ଅନରରେ ସମ୍ମାନିତ କରିଛନ୍ତି । ପ୍ରଧାନମନ୍ତ୍ରୀ ଏହି ସମ୍ମାନ ପାଇଁ ଭାରତବାସୀଙ୍କ ତରଫରୁ ରାଷ୍ଟ୍ରପତି ମାକ୍ରୋନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପ୍ୟାରିସର ଏଲିସି ପ୍ୟାଲେସରେ ସମ୍ମାନ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଥିଲା।

Leave a Reply

Your email address will not be published. Required fields are marked *