‘ରାଜନୀତିର ଏକ ସୀମା ଅଛି …’, ନୂତନ ସଂସଦ ଭବନ ଉଦଘାଟନ ପ୍ରସଙ୍ଗରେ ବିରୋଧୀ ଦଳକୁ ତୀବ୍ର ସମାଲୋଚନା କରିଛନ୍ତି ଜୟଶଙ୍କର

Top Storise ଦେଶ- ବିଦେଶ

ନୂଆଦିଲ୍ଲୀ : ବିରୋଧୀ ଦଳଙ୍କ ଦ୍ୱାରା ନୂତନ ସଂସଦ ଗୃହର ଉଦଘାଟନୀ ସମାରୋହକକୁ ବଏକଟ୍ କରିବା ପ୍ରସଙ୍ଗରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଶୁକ୍ରବାର ଦିନ ବିରୋଧୀ ଦଳଙ୍କ ଉପରେ ଆକ୍ରମଣ କରି କହିଛନ୍ତି ଯେ ରାଜନୀତି କରିବାର ସୀମା ରହିବା ଉଚିତ ଏବଂ ଉଦ୍ଘାଟନୀ ଉତ୍ସବକୁ ବିବାଦୀୟ ପ୍ରସଙ୍ଗ କରାଯିବା ଉଚିତ ନୁହେଁ।

ନ୍ୟୁଜ୍ ଏଜେନ୍ସି ପିଟିଆଇର ଏକ ରିପୋର୍ଟ ଅନୁଯାୟୀ ଏସ ଜୟଶଙ୍କର କହିଛନ୍ତି ଯେ କିଛି ଲୋକ ବିବାଦ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି। ହେଲେ ସେମାନେ ଜାଣି ରଖିବା ଉଚିତ୍ ଯେ ରାଜନୀତି କରିବା ପାଇଁ ଏକ ସୀମା ରହିବା ଉଚିତ୍। ଅନ୍ତତଃପକ୍ଷେ ଏହି ପରିପ୍ରେକ୍ଷୀରେ ସମଗ୍ର ଦେଶ ଏକତ୍ରିତ ହୋଇ ଏହି ପର୍ବ ପାଳନ କରିବା ଉଚିତ୍ ।

ଦୁଇ ଦିନିଆ ଗୁଜୁରାଟ ଗସ୍ତରେ ଆସିଥିବା କେନ୍ଦ୍ର ମନ୍ତ୍ରୀ ଗଣମାଧ୍ୟମକୁ କହିଛନ୍ତି ଯେ ଉଦ୍ଘାଟନୀ ଉତ୍ସବକୁ ନେଇ ବିବାଦ ଲାଗି ରହିଲେ ଏହା ଦୁର୍ଭାଗ୍ୟଜନକ। ସେ କହିଛନ୍ତି, “ମୁଁ ବିଶ୍ୱାସ କରେ ଯେ ନୂତନ ସଂସଦ ଗୃହର ଉଦଘାଟନ ଗଣତନ୍ତ୍ରର ପର୍ବ ରୂପେ ଗ୍ରହଣ କରାଯିବା ଉଚିତ୍ ।

କଂଗ୍ରେସର ନେତୃତ୍ୱରେ ୧୯ ଟି ବିରୋଧୀ ଦଳ ଏକାଠି ହୋଇ ସଂସଦର ଉଦଘାଟନ ବଏକଟ୍ କରିଥିଲେ। ବିରୋଧୀ ଦଳ ଯୁକ୍ତି କରନ୍ତି ଯେ ରାଷ୍ଟ୍ରପତି, ପ୍ରଥମ ନାଗରିକ ତଥା ରାଷ୍ଟ୍ର ମୁଖ୍ୟ ହୋଇ ସଂସଦ ଉଦଘାଟନ କରିବାକୁ ନିମନ୍ତ୍ରଣ କରାଯିବା ଉଚିତ୍। ଆମନ୍ତ୍ରଣ ନକରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅପମାନିତ କରାଯାଇଛି । ଏହି ଘଟଣା ୨୦୨୪ ସାଧାରଣ ନିର୍ବାଚନ ପାଇଁ ସମ୍ଭାବ୍ୟ ବିରୋଧୀ ଦଳର ଆଲୋଚନାକୁ ଆହୁରି ତୀବ୍ର କରିଛି ବୋଲି ବିରୋଧୀ ଦଳ ପକ୍ଷରୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *