ସମ୍ଭାବ୍ୟ ବାତ୍ୟା ‘ୟଶ’; ଭଦ୍ରକରେ ପହଞ୍ଚିଲେ ୪ ଏନଡିଆରଏଫ୍ ଟିମ୍

Top Storise ରାଜ୍ୟ

ଭଦ୍ରକ: ସମ୍ଭାବ୍ୟ ବାତ୍ୟା ‘ୟଶ’ ପୂର୍ବରୁ ଭଦ୍ରକରେ ପହଞ୍ଚିଛନ୍ତି ଘଊଜୠର ଗୋଟିଏ ଟିମ। ବାତ୍ୟା ମୁକାବିଲା ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।

ସୂଚନା ଅନୁଯାୟୀ, ଜିଲ୍ଲାପାଳ ଜ୍ଞାନ ଦାସ ଶନିବାର ହୋଇଥିବା ଏକ ଜରୁରୀ ବୈଠକରେ ସମସ୍ତ ବିଭାଗର ଅଧିକାରୀ ମାନଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଆଜି ମଧ୍ୟ ସ୍ଵତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଭଦ୍ରକ ଜିଲ୍ଲା ଗସ୍ତରେ ଆସି ସମ୍ଭାବ୍ୟ ବାତ୍ୟା ନେଇ ଏକ ସମୀକ୍ଷା ବୈଠକ କରିଥିଲେ।

ତେବେ ମୁଣ୍ଡୁଳିରୁୁ ଏନଡିଆରଏଫ୍ ର ଏକ ୨୪ ଜଣିଆ ଟିମ ଭଦ୍ରକରେ ପହଁଞ୍ଚିଚ୍ଛନ୍ତି।  ବାତ୍ୟାକୁ ମୁକାବଲା କରିବା ପାଇଁ ଭଦ୍ରକ ପାଇଁ ଆହୁରି ୩ ଟି ଏନଡିଆରଏଫ୍ ଟିମ ଭଦ୍ରକ ଆସିବେ ବୋଲି ଜଣାପଡିଛି। ଏଥିସହ ଯଦି ଆହୁରି ଅଧିକ ଆବଶ୍ୟକ ପଡେ ଆହୁରି ଅଧିକ ଟିମ ଜିଲ୍ଲାରେ ମୁତୟନ କରାଯିବ ବୋଲି ସୂଚନା ମିଳିଛି।

ଜିଲ୍ଲାର ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ ଗୁଡ଼ିକ ତଥା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସ୍ତଓନ ବୋଲି ବିବେଚନା କରାଯାଉଥିବା ବିଭିନ୍ନ ସ୍ଥାନରେ ଆପାତତଃ ମୋଟ ୪ ଟି ଏନଡିଆରଏଫ୍ ଟିମ ମୁତୟନ ହେବେ।

ପ୍ରଶାସନିକ ନିଷ୍ପତ୍ତି ଅନୁଯାୟୀ ଭଦ୍ରକ ଜିଲ୍ଲାର ସଦର ମହକୁମାରେ NDRF ଟିମ ପହଞ୍ଚିବା ପରେ, ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ ଚାନ୍ଦବାଲି ଅଭିମୁଖେ ଯିବେ ଏହି ଟିମ। ବାତ୍ୟାର ମୁକାବିଲା ପାଇଁ ସ୍ୱତନ୍ତ୍ର ତାଲିମ ପ୍ରାପ୍ତ ଏହି ଟିମ, ସ୍ଥାନୀୟ ଅଗ୍ନିଶମ ବାହିନୀ ଓ ଅନ୍ୟ ଟିମ ମାନଙ୍କ ସହିତ ମିଳିତ ଭାବେ କାର୍ଯ୍ୟ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।

ଏନେଇ NDRF 3rd ବାଟାଲିୟନ ଇନ୍ସପେକ୍ଟର ଚନ୍ଦ୍ରଶେଖର ପ୍ରସାଦ ଗୁହା କହିଛନ୍ତି ଯେ, ଏଥିସହ ସମସ୍ତ ପ୍ରତିକୂଳ ପରିସ୍ଥିତିରେ ଆମ ଟିମ୍ ସକ୍ଷମ।

Leave a Reply

Your email address will not be published. Required fields are marked *