ବିଦ୍ୟୁତ ନେଲା ଡ୍ରାଇଭରଙ୍କ ଜୀବନ

Top Storise ରାଜ୍ୟ

ଯାଜପୁର: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗାଡି ଡ୍ରାଇଭରଙ୍କ ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ସିଙ୍ଗଡ଼ା ଛକରେ ଦେଖିବାକୁ ମିଳିଛି । ମୃତ ଡ୍ରାଇଭର ଜଣକ ହେଲେ ଗୋଳେଇପୁର ଅଞ୍ଚଳର ସୁରେଶ କୁମାର ଦାସ ବୋଲି ଜଣାପଡିଛି । ସୁରେଶ ଏକ ୧୪ ଚକିଆ ଟ୍ରକ୍ ନେଇ ପାଣିକୋଇଲି ଅଭିମୁଖେ ଆସୁଥିବା ସମୟରେ ସିଙ୍ଗଡା ଛକରେ ଏଭଳି ଅଘଟଣ ଘଟିଥିଲା । ରାସ୍ତା ଉପର ଦେଇ ଯାଇଥିବା 11 କେଭି ବିଦ୍ୟୁତ୍ ତାରକୁ ଅତିକ୍ରମ କରୁଥିବା ସମୟରେ ଗାଡିଟି ସଂସ୍ପର୍ଶରେ ଆସି ଯିବାରୁ ଡ୍ରାଇଭର ସୁରେଶ ଗୁରୁତର ହୋଇଯାଇଥିଲେ । ସ୍ଥାନୀୟ ଲୋକେ ଉଦ୍ଧାର କରି ଆହତ ସୁରେଶଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ପଠାଇଥିଲେ କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।ଏନେଇ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *