ଆସିଲା ପ୍ରାଥମିକ ପୋଷ୍ଟମର୍ଟମ ରିପୋର୍ଟ, ଶ୍ୱାସରୁଦ୍ଧ ହୋଇ ମନୀଷ ଅନୁରାଗଙ୍କ ହୋଇଛି ମୃତ୍ୟୁ

Top Storise ରାଜ୍ୟ

ଭୁବନେଶ୍ୱର : ବହୁ ଚର୍ଚ୍ଚିତ ମନୀଷ ଅନୁରାଗ ମୃତ୍ୟୁ ମାମଲାର ପ୍ରାଥମିକ ପୋଷ୍ଟମର୍ଟମ ରିପୋର୍ଟ ସାମ୍ନାକୁ ଆସିଛି । ଶ୍ୱାସରୁଦ୍ଧ ହୋଇ ମନୀଷ ଅନୁରାଗଙ୍କ ମୃତ୍ୟୁ ହୋଇଥିବା ନେଇ ଏଥିରୁ ସ୍ପଷ୍ଟ ହୋଇଛି । ଏସଂପର୍କରେ ଏମ୍ସ ପିଆରଓ ପ୍ରଭାସ ତ୍ରିପାଠୀ ସୂଚନା ଦେଇଛନ୍ତି । ଦିନେ ଦୁଇ ଦିନରେ ଫାଇନାଲ ପୋଷ୍ଟମର୍ଟମ ରିପୋର୍ଟ ଆସିବ । ଡାଏଟମ୍ ଓ ଭିସେରା ରିପୋର୍ଟକୁ ଅପେକ୍ଷା କରାଯାଇଛି ।

ତେବେ ମନୀଷଙ୍କୁ ଅପହରଣ କରାଯାଇଥିବା ନେଇ ପୋଲିସ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରମାଣ ପାଇନାହିଁ । ଏହା ଏକ ହତ୍ୟାକାଣ୍ଡ କିମ୍ବା ଏହା ପଛରେ ଆଉ କଣ କାରଣ ରହିଛି ତାହା ଫାଇନାଲ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ହିଁ ଜଣାପଡିବ । ଘଟଣାରେ ୩ଟି ଦିଗକୁ ନେଇ ତଦନ୍ତ କରୁଛି ପୋଲିସ ।

ସେପଟେ ମନୀଷ ମୃତ୍ୟୁ ମାମଲାରେ ପୋଲିସ ହାତରେ ଗୁରୁତ୍ୱପୂର୍ଣ୍ଣ ସୁରାକ ଲାଗିଛି। ପୁଲିସକୁ କାର୍ ମିଳିଛି। ମନୀଷଙ୍କ ସାଙ୍ଗ ସନ୍ଦେହ ଘେରରେ ରହିଛନ୍ତି।ଏହି ମାମଲାରେ ପୁଲିସ୍ ଜଣଙ୍କୁ ଅଟକ ରଖିଥିବା ବେଳେ ଆଉ ଜଣଙ୍କୁ ଖୋଜୁଛି । ଏହାଛଡ଼ା ମନୀଷଙ୍କୁ ନିଆଯାଇଥିବା କାର୍‌ର ସନ୍ଧାନ ବି ପାଇଛି ପୁଲିସ। ଏହି ଘଟଣା ଘଟିବା ପରେ ମନୀଷଙ୍କ ସାଙ୍ଗ ଫେରାର ଥିବା ସୂଚନା ମିଳିଛି।

ମୃତ୍ୟୁ ପୂର୍ବରୁ ଗୁଡୁ ହୋଟେଲ୍ ସାଉଥ୍ ସିଟି ବାରକୁ ଯାଇଥିଲେ ବୋଲି ଜଣାପଡ଼ିବା ପରେ ପୋଲିସ ତଦନ୍ତ ଉପରେ ଫୋକସ୍ କରିଛି। ବାର୍ କର୍ମଚାରୀଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗୁଡୁ ରାତି ପ୍ରାୟ ୧୨ଟା ପରେ କିଛି ଯୁବକଙ୍କ ସହ ହୋଟେଲକୁ ଆସିଥିଲେ। ସେଠାରେ ସବୁ କିଛି ଠିକଠାକ୍ ଥିଲା। ଏହାପରେ ରାତି ପ୍ରାୟ ୨ଟା ୩୦ ବେଳକୁ ସେମାନେ ହୋଟେଲରୁ ଚାଲି ଯାଇଥିଲେ। ତେଣୁ ହୋଟେଲରୁ ଯିବା ପରେ କ’ଣ ହେଲା ସେସବୁର ପୂରା ତଥ୍ୟ ପୁଲିସ ଖୋଜୁଛି।

Leave a Reply

Your email address will not be published. Required fields are marked *