ନୂଆଦିଲ୍ଲୀ: କରୋନା ସଂକ୍ରମଣରେ ୯୧ ବର୍ଷ ବୟସରେ ମିଲଖା ସିଂହଙ୍କ ଦେହାନ୍ତ ହୋଇଛି। ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ।
ମୁଖ୍ୟମନ୍ତ୍ରୀ ଟ୍ବିଟ ଯୋଗେ କହିଛନ୍ତି ଯେ, ଫ୍ଲାଇଂ ଶିଖ୍ ମିଲଖା ସମସ୍ତ କ୍ରୀଡାବିତ ଓ ଆଗାମୀ ଭବିଷ୍ୟତ ପିଢି ମାନଙ୍କ ପାଇଁ ଜଣେ ଆଦର୍ଶ। ତାଙ୍କ ବିୟୋଗରେ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଉଛି।
ତାଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଶୋକବ୍ୟକ୍ତ କରିଛନ୍ତି। ସେ ଲେଖିଛନ୍ତି ଯେ, ‘ମିଲଖା ସିଂଙ୍କ ପରଲୋକରେ ଦେଶ ଜଣେ ମହାନ ଖେଳାଳିଙ୍କୁ ହରାଇଲା। ସେ ଅଗଣିତ ଭାରତୀୟ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିଲେ। ତାଙ୍କ ଦେହାନ୍ତରେ ମୁଁ ଦୁଃଖିତ।’
ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ଶୋକ ପ୍ରକାଶ କରିଛନ୍ତି।
ମିଲଖାଙ୍କର ଅମ୍ଲଜାନ ସ୍ତର କମିବାରୁ ତାଙ୍କୁ ପୁନର୍ବାର ଜୁନ ୩ ତାରିଖରେ ଚିକିତ୍ସା ପାଇଁ ଚଣ୍ଡୀଗଡର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ରାତି ୧୧ଟା ୩୦ ମିନିଟରେ ତାଙ୍କର ଦେହାନ୍ତ ହୋଇଛି । ଗତ ୫-୬ ଦିନ ତଳେ ତାଙ୍କ ପତ୍ନୀ ନିର୍ମଳ କୌରଙ୍କର ମଧ୍ୟ କରୋନାରେ ମୃତ୍ୟୁ ହୋଇଥିଲା ।