ଓଡ଼ିଶା ପାଇଁ ୫୦୦ କୋଟି ଟଙ୍କା ବାତ୍ୟା ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦୀ

Top Storise ରାଜ୍ୟ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ବାତ୍ୟା ପାଇଁ ମୋଟ ୧୦୦୦ କୋଟି ସହାୟତା ଘୋଷଣା କରିଛନ୍ତି। ସେଥିରୁ ଓଡ଼ିଶାରେ ତୁରନ୍ତ ରିଲିଫ କାର୍ଯ୍ୟ ପାଇଁ ୫୦୦ କୋଟି ସହାୟତା ଘୋଷଣା କରିଛନ୍ତି। ବାକି ୫୦୦ କୋଟି ଟଙ୍କା ପଶ୍ଚିମବଙ୍ଗ ଏବଂ ଝାଡଖଣ୍ଡ ପାଇଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି।

ଏହାସହିତ ପ୍ରଧାନମନ୍ତ୍ରୀ ମୃତକଙ୍କ ସମ୍ପର୍କୀୟଙ୍କ ପାଇଁ ୨ ଲକ୍ଷ ଟଙ୍କା ଏବଂ ଏହି ଘୂର୍ଣ୍ଣିବଳୟରେ ଆହତଙ୍କ ପାଇଁ ୫୦,୦୦୦ ଟଙ୍କା ଆର୍ଥିକ ସହାୟତା ଘୋଷଣା କରିଛନ୍ତି।

ପଶ୍ଚିମବଙ୍ଗ ଏବଂ ଝାଡଖଣ୍ଡରେ ହୋଇଥିବା କ୍ଷୟକ୍ଷତିକୁ ଆଧାର କରି ୫୦୦ କୋଟି ଟଙ୍କା ଘୋଷଣା କରାଯାଇଛି।

ସେ ଓଡିଶାର ଭଦ୍ରକ ଏବଂ ବାଲେଶ୍ବର ଜିଲ୍ଲା ଏବଂ ପଶ୍ଚିମବଙ୍ଗର ପୁର୍ବ ମେଦିନୀପୁରରେ ଘୂର୍ଣ୍ଣିବଳୟ ପ୍ରଭାବିତ ଅଞ୍ଚଳ ଉପରେ ଏକ ସର୍ଭେ କରିଥିଲେ।

ତାଙ୍କୁ ସୂଚନା ଦିଆଯାଇଥିଲା ଯେ ସାଇକ୍ଲୋନ୍‌ ୟାସ୍ ଯୋଗୁଁ ସର୍ବାଧିକ କ୍ଷତି ଓଡିଶାରେ ଘଟିଛି ଏବଂ ପଶ୍ଚିମବଙ୍ଗ ଏବଂ ଝାଡଖଣ୍ଡର କିଛି ଅଂଶ ମଧ୍ୟ ଏଥିରେ ପ୍ରଭାବିତ ହୋଇଛି।

ଓଡିଶା ସରକାରଙ୍କ ଦ୍ୱାରା ପ୍ରସ୍ତୁତ ତଥା ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକଳାପକୁ ପ୍ରଶଂସା କରି ସର୍ବନିମ୍ନ ଜୀବନହାନି ଘଟିଛି ବୋଲି ମୋଦୀ ଉଲ୍ଲେଖ କରିଛନ୍ତି।

Leave a Reply

Your email address will not be published. Required fields are marked *