ଯବାନଙ୍କ ସହ ଦୀପାବଳି ପାଳିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Top Storise ଦେଶ- ବିଦେଶ

ଜମ୍ମୁକାଶ୍ମୀର : ଆଜି ପବିତ୍ର ଦୀପାବଳି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଜମ୍ମୁ କଶ୍ମୀରରେ ଦୀପାବଳି ଉତ୍ସବ ପାଳନ କରିବେ। ଜମ୍ମୁକଶ୍ମୀର ନୌଶେରା ସେକ୍ଟର ନିୟନ୍ତ୍ରଣ ରେଖା ନିକଟରେ ଥିବା ଯବାନ ମାନଙ୍କ ସହ ଦୀପାବଳି ପାଳନ କରିବେ ମୋଦି।ଏନେଇ ମୋଦି ଆଜି ଜମ୍ମୁ କଶ୍ମୀର ରଜୌରୀରେ ହେଲିକପ୍ଟର ଯୋଗେ ପହଁଚିଛନ୍ତି।

ମୋଦିଙ୍କ ଗସ୍ତକୁ ନେଇ ସୀମା ପରିସରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ସୀମୀରେ ଦେଶ ଜଗୁଥିବା ଯବାନ ମୋ ପରିବାର ତାଙ୍କ ସହ ଏଥର ଦୀପାବଳି ପାଳନ କରିବା ନେଇ ମୋଦି କହିଛନ୍ତି। ଯବାନ ମାନଙ୍କ ସହ ମୋଦି ଦ୍ୱିତୀୟ ଥର ଦୀପାବଳି ପାଳନ କରୁଛନ୍ତି। ୨୦୧୯ରେ ମଧ୍ୟ ପ୍ରଧାବନମନ୍ତ୍ରୀ ମୋଦି ରଜୌରିରେ ଆର୍ମୀ ଯବାନ ମାନଙ୍କ ସହ ଦୀପାବଳି ପାଳନ କରିଥିଲେ।

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଗତକାଲି ସେନମୁଖ୍ୟ ଜେନେରାଲ ଏମ୍ଏମ୍ ନରୱଣ ଜମ୍ମୁରେ ପହଁଞ୍ଚି ସୀମାନ୍ତ ଅଞ୍ଚଳରେ ନିରାପତ୍ତା ପରିସ୍ଥିତି ଦେଖିଥିଲେ। ଜମ୍ମୁ କଶ୍ମୀରରେ ବତ୍ତମାନ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ହେବାର ଲାଗିଛି। ତେଣୁ ଯବାନମାନଙ୍କ ମନୋବଳ ବୃଦ୍ଧି ପାଇଁ ନୌଶରେ ସେକ୍ଟରରେ ପହଁଚିଛନ୍ତି ମୋଦି।

Leave a Reply

Your email address will not be published. Required fields are marked *