ବଲିଉଡ୍‌‌ରେ ପ୍ରବେଶ ପୂର୍ବରୁ କୋଇଲା ଖଣିରେ କାମ କରୁଥିଲେ ବିଗ୍‌ ବି

Top Storise ମନୋରଞ୍ଜନ

ନୂଆଦିଲ୍ଲୀ: ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ନିଜର ପୁରୁଣା ସ୍ମୃତି ବାଣ୍ଟିଛନ୍ତି। ତାଙ୍କର ଚଳଚ୍ଚିତ୍ର ‘କାଲା ପଥର୍’କୁ ୪୨ ବର୍ଷ ପୂରିଛି। ଏହି ଅବସରରେ ଅମିତାଭ ବଚ୍ଚନ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର୍‌ କରି ବଲିଉଡ୍‌ରେ ପ୍ରବେଶ ପୂର୍ବରୁ ତାଙ୍କର ପ୍ରଥମ ଜୀବିକା ବିଷୟରେ ଖୁଲାସା କରିଥିଲେ।

ଅମିତାଭ ବଚ୍ଚନ ଫିଲ୍ମ ‘କାଲା ପଥର୍‌’ର ଚିତ୍ର ସେୟାର କରି କ୍ୟାପସନରେ ଲେଖିଛନ୍ତି – କାଲା ପଥରକୁ ୪୨ ବର୍ଷ ପୂରିଛି। କିଛି ସମୟ ଅତିବାହିତ ହୋଇଛି … ମୁଁ ଫିଲ୍ମ ସମୟରେ ଅନେକ ଅଭିଜ୍ଞତା ହାସଲ କରିଥିଲି। ଯେତେବେଳେ ମୁଁ କଲିକତାର ଏକ କମ୍ପାନୀରେ କୋଇଲା ବିଭାଗରେ କାମ କରୁଥିଲି। ଫିଲ୍ମ କରିବା ପୂର୍ବରୁ ତାହା ମୋ ଜୀବିକା ଥିଲା। ଧାନବାଦ୍ ଏବଂ ଆସାନସୋଲର କୋଇଲା ଖଣିରେ କାମ କରୁଥିଲି ବୋଲି ଲେଖିଛନ୍ତି ବିଗ୍‌ ବି।

ବିଗ୍ ବି ୧୯୬୯ ମସିହାରେ ଚଳଚ୍ଚିତ୍ର ‘ସାତ୍ ହିନ୍ଦୁସ୍ତାନୀ’ରୁ ନିଜ ବଲିଉଡ୍‌ କ୍ୟାରିୟର୍‌ ଆରମ୍ଭ କରିଥିଲେ। ୧୯୭୯ ର ‘କାଲା ପଥର୍’ରେ ଅମିତାଭ ବଚ୍ଚନ ଭାରତୀୟ ନୌସେନାର ପୂର୍ବତନ କ୍ୟାପ୍ଟେନଙ୍କ ଚରିତ୍ରରେ ଅଭିନୟ କରିଥିଲେ। ଏହି ଚଳଚ୍ଚିତ୍ରରେ ଅମିତାଭଙ୍କ ବ୍ୟତୀତ ଶଶି କପୁର, ଶାତ୍ରୁଘ୍ନ ସିହ୍ନା, ସଞ୍ଜୀବ କୁମାର, ରାଖୀ, ପରବିନ୍‌ ବାବି, ନୀତୁ ସିଂ, ପ୍ରେମ ଚୋପ୍ରା ମଧ୍ୟ ଅଭିନୟ କରିଥିଲେ। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ୟଶ ଚୋପ୍ରା।

Leave a Reply

Your email address will not be published. Required fields are marked *