ନୂଆଦିଲ୍ଲୀ: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ସବୁଠି ସୁନାମ ଅର୍ଜନ କରିଛନ୍ତି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା। ଯେଉଁଥିପାଇଁ ସେ ପସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ତାଙ୍କର ଅଭିନୟ ପରେ ସେ ଏବେ ଭାରତୀୟ ଖାଦ୍ୟକୁ ବିଦେଶରେ ପ୍ରସିଦ୍ଧ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି କାରଣରୁ ପ୍ରିୟଙ୍କା ଚୋପ୍ରା ନ୍ୟୁୟର୍କରେ ଏକ ଭାରତୀୟ ରେସ୍ତୋରାଁ ଖୋଲିଛନ୍ତି।
ଏହି ସୂଚନା ଅଭିନେତ୍ରୀ ନିଜେ ସୋସିଆଲ ମିଡିଆ ମାଧ୍ୟମରେ ଦେଇଛନ୍ତି। ସୋସିଆଲ ମିଡିଆରେ ବହୁତ ସକ୍ରିୟ ଥିବା ଅଭିନେତ୍ରୀମାନଙ୍କ ମଧ୍ୟରୁ ପ୍ରିୟଙ୍କା ଚୋପ୍ରା ଅନ୍ୟତମ।
ସେ କ’ଣ କରୁଛନ୍ତି ଏବଂ ତାଙ୍କ ଜୀବନରେ କ’ଣ କରିବାକୁ ଯାଉଛନ୍ତି ସେ ବିଷୟରେ ସୋସିଆଲ ମିଡିଆ ଜରିଆରେ ସେ ନିଜ ପ୍ରଶଂସକଙ୍କୁ ସୂଚନା ଦେଇଛନ୍ତି। ପ୍ରିୟଙ୍କାଙ୍କ ଭାରତୀୟ ରେସ୍ତୋରାଁର ନାମ ସୋନା ରଖିଛନ୍ତି। ସେ ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ତିନୋଟି ଫଟୋ ସେୟାର କରିଛନ୍ତି।
ଉକ୍ତ ଫଟୋରେ ପ୍ରିୟଙ୍କା ସ୍ୱାମୀ ନିକ ଜୋନାସଙ୍କ ସହ ଉଦ୍ଘାଟନୀ ପୂଜା କରୁଥିବା ନଜର ଆସିଛନ୍ତି। ଏହି ଫଟୋଗୁଡ଼ିକୁ ସେୟାର କରି ଅଭିନେତ୍ରୀ ଏକ ପୋଷ୍ଟ ଲେଖି ସୋନା ରେସ୍ତୋରାଁ ବିଷୟରେ ପ୍ରଶଂସକଙ୍କୁ ସୂଚନା ଦେଇଛନ୍ତି। ପ୍ରିୟଙ୍କା ଚୋପ୍ରା ତାଙ୍କ ପୋଷ୍ଟରେ ଲେଖିଛନ୍ତି, ‘ସୋନା’ଙ୍କୁ ଆପଣଙ୍କ ସାମ୍ନାରେ ଉପସ୍ଥାପନ କରି ମୁଁ ବହୁତ ଖୁସି