ଉତ୍ତରପ୍ରଦେଶ ନିର୍ବାଚନକୁ ନେଇ ବଡ଼ ଘୋଷଣା କଲେ ପ୍ରିୟଙ୍କା ଗାନ୍ଧୀ, ମହିଳାଙ୍କୁ ୪୦ ପ୍ରତିଶତ ସଂରକ୍ଷଣ

Top Storise ଦେଶ- ବିଦେଶ

ଦିଲ୍ଲୀ: ଉତ୍ତର ପ୍ରଦେଶ ନିର୍ବାଚନକୁ ନେଇ ବଡ ଘୋଷଣା କଲେ ପ୍ରିୟଙ୍କା ଗାନ୍ଧୀ । ଆସନ୍ତା ବର୍ଷ ୨୦୨୨ ଉତ୍ତର ପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ କଂଗ୍ରସ ମହିଳା ମାନଙ୍କୁ ୪୦ ପ୍ରତିଶତ ଟିକେଟ ଦେବ ବୋଲି ଘୋଷଣା କରିଛି। ମହିଳା ମାନେ ରାଜନୀତିରେ ସକ୍ରିୟ ଅଂଶଗ୍ରହଣ କରିବା ପାଇଁ ପ୍ରିୟଙ୍କା ଏପରି ନିଷ୍ପତି ନେଇଛନ୍ତି।

ଅନ୍ୟପଟେ ଉତ୍ତର ପ୍ରଦେଶରେ ମହିଳାଙ୍କ ପ୍ରତି ହେଉଥିବା ଅପରାଧର କିଛି ଘଟଣା ବିଷୟରେ ଉଲ୍ଲେଖ କରି ଉତ୍ତରପ୍ରଦେଶର ରାଜନୀତିରେ ପରିବର୍ତ୍ତନ ଆଣିବା ପାଇଁ ଅଧିକ ମହିଳା ଆସି ତାଙ୍କ ସହ ସଂଗ୍ରାମରେ ଯୋଗଦେବାକୁ  ପ୍ରିୟଙ୍କା ଆହ୍ୱାନ କରିଛନ୍ତି। ସାର ଦେଶରେ ମହିଳା ମାନେ ସେମାନଙ୍କ ଅଧିକାର ପାଇଁଏକଜୁଟ ହେବାକୁ ପଡ଼ିବ ବୋଲ ପ୍ରିୟଙ୍କା କହିଥିଲ।

୨୦୧୯ରେ ଉତ୍ତରପ୍ରଦେଶ ଆସିଥିଲି, ଆହ୍ଲାବାଦ ବିଶ୍ୱବିଦ୍ୟାଳୟର ଝିଅମାନେ ମୋତେ କହିଥିଲେ ଯେ ପୁଅ ଏବଂ ଝିଅମାନଙ୍କ ପାଇଁ ଭିନ୍ନ ନିୟମ ଅଛି | ହାଥରସ ଘଟଣା, ଉନ୍ନାଓ ଘଟଣା, ଲଖିମପୁର ଘଟଣା ସହ ପ୍ରିୟଙ୍କା ୟୁପିର ଆଉ କିଛି ଘଟଣା ବିଷୟରେ ଉଲ୍ଲେଖ କରି ମହିଳାମାନଙ୍କୁ ସେମାନଙ୍କର ଅଧିକାରର ସୁରକ୍ଷା ପାଇଁ ଆଗକୁ ଆସିବାକୁ ପଡ଼ିବ ବୋଲି କହିଛନ୍ତି |

ମତଦାନ ଟିକେଟ୍ ପାଇଁ ଆବେଦନ ସଂଗ୍ରହ ନଭେମ୍ବର ୧୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ ୫୦ ପ୍ରତିଶତ ସିଟ୍ ସଂରକ୍ଷଣ କରିବାକୁ ଚାହୁଁଛନ୍ତି କିନ୍ତୁ ପରାମର୍ଶ ପରେ ଅନ୍ୟମାନଙ୍କ ସହ ସେ ମହିଳାଙ୍କ ପାଇଁ ୪୦ ପ୍ରତିଶତ ସଂରକ୍ଷଣ କରିବାକୁ ନିଷ୍ପତ୍ତି ନେଇଥିଲେ। ୪୦୩ ବିଧାନସଭା ଆସନ ଥିବା ୟୁପିରେ ଏହାର ଅର୍ଥ କଂଗ୍ରେସ ମହିଳା ପ୍ରାର୍ଥୀଙ୍କ ପାଇଁ ୧୬୦ ଟିକେଟ୍ ରଖିବ।

Leave a Reply

Your email address will not be published. Required fields are marked *