ମଣ୍ଡିରେ ସମସ୍ୟା: ଧାନ ବୋଝେଇ ଟ୍ରାକ୍ଟର ରଖି ଚାଷୀଙ୍କ ବିରୋଧ

Top Storise ରାଜ୍ୟ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ପୂଜାରୀଗୁଡା ଧାନ ମଣ୍ଡିରେ ପିଛା ଛାଡ଼ୁନି ସମସ୍ୟା। ଆଜିବି ଚାଷୀଙ୍କ ଧାନ ଉଠିପାରିନଥିଲା। ନିୟନ୍ତ୍ରିତ ବଜାର କମିଟି ଅଧିକାରୀଙ୍କ ସମେତ ଧାନ କିଣିବା ଦାୟିତ୍ୱରେ ଥିବା ସ୍ୱୟଂ ସହାୟକ ଦଳ ଉପସ୍ଥିତ ଥିଲେ ବି କୌଣସି ମିଲର ଆସିନଥୁବାରୁ ଚାଷୀଙ୍କ ଧାନ ଉଠିପାରିନଥିଲା। ଫଳରେ ଉତ୍ୟକ୍ତ ଚାଷୀ ନବରଙ୍ଗପୁର-ତେନ୍ତୁଳିଖୁଣ୍ଟି ମୁଖ୍ୟ ରାସ୍ତା ଅବରୋଧ କରିଥିଲେ।

ଖବର ପାଇ ତେନ୍ତୁଳିଖୁଣ୍ଟି ତହସିଲଦାର ପ୍ରଦୀପ କୁମାର କର ଘଟଣାସ୍ଥଳରେ ପହଂଚିବା ପରେ ସମାଧାନର ବାଟ ଫିଟିଥିଲା ।

ଚଳିତ ମାସ ୧୭ ତାରିଖ ଦିନ ଧାନ ମଣ୍ଡି ଆରମ୍ଭ ହୋଇଥିଲା। ମଣ୍ଡି ଶୁଭାରମ୍ଭ ଦିନ ଅନେକ ଚାଷୀ ମଣ୍ଡିକୁ ଧାନ ବିକ୍ରୟ କରିବାକୁ ଆଣିଥିଲେ ହେଁ ପ୍ରଶାସନିକ ଅଧିକାରୀଙ୍କ ଅବହେଳା ଯୋଗୁଁ ଚାଷୀଙ୍କ ଧାନ ଉଠିପାରିନଥିଲା।

ହଜାର ହଜାର କୁଇଣ୍ଟାଲ ଧାନ ମଣ୍ଡିରେ ପଡ଼ି ରହିଥିବା ବେଳେ ଅପରାହ୍ନ ୨ଟା ପର୍ଯ୍ୟନ୍ତ କୌଣସି ଚାଷୀଙ୍କ ଧାନ ଉଠିପାରିନଥିଲା । କୌଣସି ମିଲର ମଣ୍ଡିକୁ ଆସିନଥୁବା କାରଣରୁ ନିୟନ୍ତ୍ରିତ ବଜାର କମିଟି ଅଧିକାରୀ ଓ ଧାନ କିଣା ଦାୟିତ୍ୱରେ ଥିବା ସ୍ୱୟଂ ସହାୟକ ଗୋଷ୍ଠୀ ଚାଷୀଙ୍କ ଧାନ କିଣିନଥିଲେ । ଫଳରେ ସକାଳୁ ମଣ୍ଡିକୁ ଧାନ ବିକ୍ରୟ କରିବାକୁ ଆଣିଥୁବା ଅନେକ ଚାଷୀ ହୋହାଲ୍ଲା କରିଥିଲେ।

Leave a Reply

Your email address will not be published. Required fields are marked *