ବସ୍ତି ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ

Top Storise ରାଜ୍ୟ

ପୁରୀ: ବସ୍ତିର ସମସ୍ୟା ନେଇ ପୁରୀ ମାର୍କଣ୍ଡେଶ୍ୱର ସାହି ଜଗନ୍ନାଥ ବସ୍ତିବାସିନ୍ଦା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଛନ୍ତି। ଏହାସହ ଦାବିପତ୍ର ପ୍ରଦାନ କରାଯାଇଛି।

ଲଘୁଚାପଜନିତ କିମ୍ବା ସାଧାରଣ ବର୍ଷା ହେଲେ ବସ୍ତିଟି ଜଳମଗ୍ନ ହୋଇଥାଏ। ଫଳରେ ବସ୍ତି ବାସିନ୍ଦା ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଦୀର୍ଘଦିନ ହେବ ବସ୍ତିରେ ପାଣି ଜମି ରହିବା ଯୋଗୁଁ ପିଲାମାନଙ୍କ ସ୍କୁଲ, ଡାକ୍ତରଖାନା ଓ ଯାତାୟତରେ ଘୋର ଅସୁବିଧା ହେଉଛି। ରାସ୍ତାର ଉଭୟ ପାଶ୍ୱର୍ରେ ଆଲୋକ ସୁବିଧା, ରାସ୍ତାକୁ ଉଚ୍ଚା ସହ ନାଳ ବ୍ୟବସ୍ଥା ଏବଂ ରାସ୍ତାରେ ଅଧା ମାଟି ପଡ଼ିଥିବାବେଳେ ସମ୍ପୂର୍ଣ୍ଣ ମାଟି ପକାଇ ନଚେତ୍ କଂକ୍ରିଟ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *