ଖୁବ୍‌ ଶୀଘ୍ର ଲଣ୍ଡନରୁ ଭାରତ ଫେରିବେ ପୁନାୱାଲା

Top Storise ଦେଶ- ବିଦେଶ

ମୁମ୍ବାଇ: ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (SII) ସିଇଓ ଆଦର୍ଶ ପୁନାୱାଲା କହିଛନ୍ତି ଯେ ସେ କିଛି ଦିନ ପରେ ଲଣ୍ଡନରୁ ଭାରତ ଫେରିବେ।

ଭାରତରେ ଦିନକୁ ଦିନ ବଢୁଥିବା ଚାହିଦାକୁ ପୂରଣ କରିବା ପାଇଁ ସେ କୋଭିଡ୍‌ ଟିକା ଉତ୍ପାଦନ ଉପରେ ଥିବା ଚାପ ବିଷୟରେ କହିବା ପରେ ପୁନାୱାଲା ଏହି ଘୋଷଣା କରିଛନ୍ତି। ଦେଶ ଏବେ କରୋନା ମହାମାରୀର ଦ୍ବିତୀୟ ତରଙ୍ଗ ଦେଇ ଗତି କରୁଛି।

“ବ୍ରିଟେନର ଆମର ସମସ୍ତ ଅଂଶୀଦାରମାନଙ୍କ ସହିତ ଏକ ଉତ୍ତମ ବୈଠକ ହୋଇଥିଲା। ଏହି ସମୟରେ ପୁଣେରେ କୋଭିଶିଲ୍ଡ ଉତ୍ପାଦନ ଜୋରସୋରରେ ଚାଲିଛି ବୋଲି ଖୁସି ବ୍ୟକ୍ତ କରିଛନ୍ତି ପୁନାୱାଲା। ମୁଁ କିଛି ଦିନ ପରେ ଫେରିବା ପରେ ଅପରେସନ୍ ସମୀକ୍ଷା କରିବାକୁ ଅପେକ୍ଷା କରିଛି ବୋଲି ସେରମ୍‌ ସିଇଓ ଟଉଇଟ୍‌ କରି କହିଛନ୍ତି।

Leave a Reply

Your email address will not be published. Required fields are marked *