ସାପଙ୍କ କବଜାରେ ପୁରୀ ବ୍ଲୁ ଫ୍ଲାଗ ବିଚ୍

Top Storise ରାଜ୍ୟ

ପୁରୀ: ବ୍ଲୁ ଫ୍ଲାଗ ବିଚରେ ସାପ ଆତଙ୍କ । ପୁରୀ ବେଳାଭୂମିରେ ନୂଆ କରି ନିର୍ମାଣ କରାଯାଇଥିବା ବ୍ଲୁ ଫ୍ଲାଗ ବିଚରେ ସାପ ଆତଙ୍କ ଦେଖାଦେଉଛି । ଯାହା ଅଧିକାରୀମାନଙ୍କ ମୁଣ୍ଡ ବଥାର କାରଣ ପାଲଟିଛି ।

୧୫ ଦିନ ତଳେ ମହିଳା ଶୌଚାଳୟରେ ଏକ ନାଗ ସାପ ପସିଯାଇଥିଲା । କର୍ତ୍ତୃପକ୍ଷଙ୍କୁ ସାପକୁ ବାହାର କରିବାକୁ ନାକେଦମ୍ ହେବାକୁ ପଡିଥିଲା । ଏହାପରେ ବ୍ଲୁ ଫ୍ଲାଗ ବିଚ ମ୍ୟାନେଜର ସ୍ନେକ ହେଲ୍ପଲାଇନକୁ ଏହାର ସମାଧାନର ବାଟ ବାହାର କରିବାକୁ ଅନୁରୋଧ କରିଥିଲେ ।

ଖବର ପାଇ ସ୍ନେକ ହେଲ୍ପଲାଇନର ଏକ ୪ ଜଣିଆ ଟିମ ବ୍ଲୁ ଫ୍ଲାଗ ବିଚରେ ପହଁଞ୍ଚିଥିଲେ । ସମ୍ପୂର୍ଣ୍ଣ ବିଚକୁ ତନ୍ନ ତନ୍ନ କରି ବୁଲି ଦେଖିବା ପରେ, ଏକ ରିପୋର୍ଟ ବିଚ ମ୍ୟାନେଜରଙ୍କୁ ଦେଇଛନ୍ତି । ରିପୋର୍ଟରେ ସାପ ଆସିବାର କାରଣ ଏବଂ ନିରାକରଣ ବିଷୟରେ ପ୍ରାଞ୍ଜଳ ଭାବରେ ବର୍ଣ୍ଣନା କରାଯାଇଛି ।

ସାପ ବିଚକୁ ନଆସିବା ପାଇଁ ରାସାୟନିକ ବଦଳରେ ଫିଜିକାଲ ବାରିୟରର ପ୍ରସ୍ତାବ ଦିଆଯାଇଛି । ଯାହାକି ଅତି ସ୍ୱଳ୍ପ ବ୍ୟୟରେ ଲଗାଯାଇପାରିବ । ଏହା ପର୍ଯ୍ୟଟକଙ୍କୁ ସାପ ଦାଉରୁ ରକ୍ଷା କରିବ ବୋଲି ସ୍ନେକ ହେଲ୍ପଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି ।

Leave a Reply

Your email address will not be published. Required fields are marked *