ଜୁଲାଇ ୧୬ରେ ବାହା ହେବେ ରାହୁଲ ଏବଂ ଦିଶା

Top Storise ମନୋରଞ୍ଜନ

ନୂଆଦିଲ୍ଲୀ: ରାହୁଲ ଏବଂ ଦିଶାଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର। ଖୁବ୍‌ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବେ ସିଙ୍ଗର ରାହୁଲ ବୈଦ୍ୟ ଏବଂ ଦିଶା ପରମର୍‌। ଦମ୍ପତି ସେମାନଙ୍କ ବିବାହ ତାରିଖ ଘୋଷଣା କରିଛନ୍ତି।

ଆସନ୍ତା ଜୁଲାଇ ୧୬ରେ ଉଭୟ ବିବାହ କରିବେ। ଏହି ବିବାହ ସମାରୋହ ଘନିଷ୍ଠ ସମ୍ପର୍କୀୟ ଏବଂ ବନ୍ଧୁ ପରିବାର ବର୍ଗଙ୍କ ମଧ୍ୟରେ ଅନୁଷ୍ଠିତ ହେବ।

ଉଭୟଙ୍କ ସମ୍ପର୍କକୁ ନେଇ ପୂର୍ବରୁ ଚର୍ଚ୍ଚା ଲାଗିରହିଥିଲା। ଏଥିରେ ପୂର୍ଣ୍ଣଛେଦ ପକେଇଛନ୍ତି ରାହୁଲ ଏବଂ ଦିଶା।

Leave a Reply

Your email address will not be published. Required fields are marked *