ରାହୁଲ ଗାନ୍ଧୀ ଦୋଷୀ ସାବ୍ୟସ୍ତ; ୨ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଲେ କୋର୍ଟ, ତୁରନ୍ତ ମିଳିଲା ଜାମିନ

Top Storise ଦେଶ- ବିଦେଶ

ସୁରତ: ମୋଦୀ ସାଙ୍ଗିଆ ନେଇ ଦେଇଥିବା ବିବାଦୀୟ ବୟାନରେ ଦୋଷୀ ସାବ୍ୟସ୍ତ ହଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଗୁଜରାଟ ସୁରତର ଏକ କୋର୍ଟ ତାଙ୍କୁ  ଏହି ମାମଲାରେ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ଜେଲ୍ ଦଣ୍ଡ ହେବା ପରେ ରାହୁଲଙ୍କୁ ତୁରନ୍ତ ଜାମିନ ବି ମିଳିଯାଇଛି।

ଗୁରୁବାର ସୁରତ କୋର୍ଟରେ ମୋଦୀ ସାଙ୍ଗିଆ ନେଇ ବିବାଦୀୟ ଟିପ୍ପଣୀ ଯୋଗୁ ରାହୁଲ ଗାନ୍ଧୀଙ୍କ ବିରୋଧରେ ଅପରାଧିକ ମାନହାନୀ ମାମଲାର ଶୁଣାଣି ହୋଇଥିଲା। ଏଥିରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ରାହୁଲଙ୍କ ଉପରେ ଆଇପିସି ଧାରା ୫୦୪ ଲାଗିଥିଲା। ଯେଉଁଥିରେ ସର୍ବାଧିକ ଦଣ୍ଡ ୨ ବର୍ଷ ଜେଲ୍ ଦଣ୍ଡ ରହିଛି।

୨୦୧୯ ଲୋକସଭା ନିର୍ବାଚନ ରାଲିରେ ରାହୁଲ ଗାନ୍ଧୀ କର୍ଣ୍ଣାଟକ କୋଲାରରେ ସମ୍ବୋଧନ କରି ନିରବ ମୋଦୀ, ଲଳିତ ମୋଦୀଙ୍କ ଦୁର୍ନୀତି ବିଷୟରେ କହିବାକୁ ଯାଇ ବିବାଦୀୟ ଟିପ୍ପଣୀ ଦେଇଥିଲେ। ସବୁ ଚୋରଙ୍କ ସାଙ୍ଗିଆ ମୋଦୀ କେମିତି ରହୁଛି ବୋଲି ରାହୁଲ କହିଥିଲେ। ଯାହାକୁ ନେଇ ତଙ୍କ ବିରୋଧରେ ମାନହାନୀ ମକଦ୍ଦମା ହୋଇଥିଲା।

ଗୁଜୁରାଟର ପୂର୍ବତନ ମନ୍ତ୍ରୀ ତଥା ବିଜେପି ବିଦାୟକ ପୁର୍ଣ୍ଣେଶ ମୋଦୀ ରାହୁଲଙ୍କ ବିରୋଧରେ ମମଲା କରିଥିଲେ। ରାହୁଲଙ୍କର ଏହି ବୟାନ ମୋଦୀ ସାଙ୍ଗିଆଧାରୀଙ୍କ ପାଇଁ ଅପମାନ ବୋଲି ଅଭିଯୋଗରେ କୁହାଯାଇଥିଲା। ଏହି ଅଭିଯୋଗରେ ସୁରତ କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲ୍ ଦଣ୍ଡ ଦେଇଥିଲେ ବି ସୁରତ ଜିଲ୍ଲା ମାମଲାରେ ଜାମିନ ପ୍ରଦାନ କରିଛନ୍ତି।

Leave a Reply

Your email address will not be published. Required fields are marked *