ନିଜକୁ ନିଜେ ଚାବୁକରେ ମାରୁଛନ୍ତି ରାହୁଲ ଗାନ୍ଧୀ

Top Storise ଦେଶ- ବିଦେଶ

ତେଲେଙ୍ଗାନା: ରାହୁଲ ଗାନ୍ଧୀ କଂଗ୍ରେସର ‘ଭାରତ ଯୋଡ଼’ ଯାତ୍ରାର ୫୭ତମ ଦିନରେ ତେଲେଙ୍ଗାନାର ପାରମ୍ପରିକ ‘ବୋନାଲୁ ଉତ୍ସବ’ରେ ଅଶଂଗ୍ରହଣ କରିଥିଲେ। ଏହି ଉତ୍ସବରେ ପହଂଚିବା ପରେ ରାହୁଲ ଗାନ୍ଧୀ କିଛି ଏପରି କରିଥିଲେ ଯାହା ସେଠାରେ ଉପସ୍ଥିତ ଲୋକଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା। ପାରମ୍ପରିକ ବୋନାଲୁ ଉତ୍ସବରେ ରାହୁଲ ଏକ ଚାବୁକରେ ନିଜକୁ ନିଜେ ମାରୁଥିବାର ଦେଖିବାକୁ ମିଳିଛି। କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଏହି ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେଉଛି।

ଯେଉଁଥିରେ ସେ ନିଜକୁ ନିଜେ ଚାବୁକରେ ମାରୁଥିବାର ଦୃଶ୍ୟ ସାମ୍ନାକୁ ଆସିଛି। ପ୍ରକୃତରେ କହିବାକୁ ଗଲେ ବୋନାଲୁ ଉତ୍ସବରେ ‘ପୋଥାରାଜୁ’ ଏକ ଖାସ ପ୍ରଥା ଅଛି। ତେବେ ପୋଥରାଜୁ ହେଇଥିବା ବ୍ୟକ୍ତି ନିଜ ଶରୀରକୁ ରସିରେ ନିଜେ ମାରିବା ପ୍ରଥା ରହିଛି। ପୋଥାରାଜୁ ହେଉଛନ୍ତି ଦେବୀ ମହାକାଳିଙ୍କ ଭାଇ। ଯିଏ ଦେବୀଙ୍କ ରକ୍ଷା ପାଇଁ ଚାବୁକ ଚଳାଇଥାନ୍ତି। ପରମ୍ପରା ଅନୁସାରେ ଦେବୀ ମହାକାଳୀ ବିଭିନ୍ନ ରୂପ ଧାରଣ କଲେ ମଧ୍ୟ ପୋଥାରାଜୁଙ୍କୁ ଭାଇ ବୋଲି ମାନନ୍ତି। କଂଗ୍ରେସ ନେତା ମଧ୍ୟ ନିଜ ଯାତ୍ରା ମଧ୍ୟରେ ଏହି ରୂପ ଧାରଣ କରିବାର ଦେଖାଯାଇଛନ୍ତି। ବୋନାଲୁ ଉତ୍ସବ ମାଧ୍ୟମରେ ସ୍ତ୍ରୀ ଲୋକମାନେ ପ୍ରସେଶନ କରି ପୋଥାରାଜୁଙ୍କ ନେତୃତ୍ୱରେ ମନ୍ଦିର ମଧ୍ୟକୁ ପ୍ରବେଶ କରିଥାନ୍ତି । ତେଣୁ ରାହୁଲ ଗାନ୍ଧୀ ସେହି ଚାବୁକକୁ ଆଣି ନିଜେ ନିଜେ ମାରି ହେଉଥିବାର ଦେଖିବାକୁ ମିଳିଛି, ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି।

Leave a Reply

Your email address will not be published. Required fields are marked *