୯ରେ ରିଲିଜ କରିବ ରଣବୀର, ଆଲିଆଙ୍କ ‘ବ୍ରହ୍ମାସ୍ତ୍ର’

ମନୋରଞ୍ଜନ

ନୂଆଦିଲ୍ଲୀ: ବଲିଉଡ୍‌ର ଚର୍ଚ୍ଚିତ ଯୋଡି ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ଅଭିନୀତ ବହୁ ପ୍ରତିକ୍ଷୀତ ଚଳଚ୍ଚିତ୍ର ‘ବ୍ରହ୍ମାସ୍ତ୍ର’ର ରିଲିଜ୍ ଡେଟ୍‌ ଘୋଷଣା କରାଯାଇଛି। ଏଥିରେ ଉଭୟଙ୍କ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଆୟାନ ମୁଖାର୍ଜୀ।

ଫିଲ୍ମ ସେପ୍ଟେମ୍ବର ୯, ୨୦୨୨ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ‘ବ୍ରହ୍ମାସ୍ତ୍ର’ର ମୋସନ ପୋଷ୍ଟର ଆଜି ମୁକ୍ତିଲାଭ କରିବ। ଏହି ମାସ ଆରମ୍ଭରେ, ଅୟାନ୍ ମୁଖାର୍ଜୀ ବ୍ରହ୍ମାସ୍ତ୍ର ସେଟ୍‌ର କିଛି ଦୃଶ୍ୟ ସେୟାର କରିଥିଲେ। ବାଣିଜ୍ୟ ବିଶ୍ଳେଷକ ତରନ ଆଦର୍ଶ ଟ୍ୱିଟରରେ ବ୍ରହ୍ମାସ୍ତ୍ରର ରିଲିଜ୍ ତାରିଖ ଘୋଷଣା କରିଛନ୍ତି।

Leave a Reply

Your email address will not be published. Required fields are marked *